The Topmost

“The eyes believe themselves, the ears believe other people.”

ଜାପାନରେ ଶିଳ୍ପପତିଙ୍କୁ ନବୀନଙ୍କ ନିମନ୍ତ୍ରଣ

ଟୋକିଓର ଓକୁରାରେ ଆୟୋଜିତ ହୋଇଛି ଓଡ଼ିଶା ବିଜନେସ ମିଟ୍ ୨୦୨୩ । ଏହାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଜାପାନ ଓ ଭାରତୀୟ ଉପ ମହାସାଗରୀୟ ଅଞ୍ଚଳର ୨ଶହରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ ଯୋଗ ଦେଇଛନ୍ତି । ଓଡ଼ିଶାରେ ନିବେଶ ପାଇଁ ରହିଥିବା ଅପାର ସୁଯୋଗ ଓ ରାଜ୍ୟ ସରକାରଙ୍କର ଉତ୍ତମ ଶିଳ୍ପନୀତି ସମ୍ପର୍କରେ ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ ।   ଓଡ଼ିଶାରେ ନିବେଶ କରିବାକୁ ପୁଞ୍ଜିପତିଙ୍କୁ କରିଛନ୍ତି ନିମନ୍ତ୍ରଣ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଜାପାନରେ ଅବସ୍ଥାପିତ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବା ସହ ନୈଶ୍ୟ ଭୋଜିରେ ସାମିଲ ହେବେ । ଆସନ୍ତାକାଲି ରାଜ୍ୟ ସରକାରଙ୍କ ଏକ ପ୍ରତିନିଧି ଦଳ ନିପନ ଷ୍ଟିଲ କର୍ପୋରେସନର କିମିସୁ ଷ୍ଟିଲ ୱାର୍କସ ସେଣ୍ଟର ପରିଦର୍ଶନ କରିବେ । ଏହାସହ ମେଟାଲ, ଆଇଟି, ପର୍ଯ୍ୟଟନ, ଆଲୁମିନିୟମ, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରର ହବ ମଧ୍ୟ ବୁଲିବେ ।