ଜାପାନରୁ ଛୁଟିବ ନିବେଶର ସୁଅ । ନିପ୍ପନ ଷ୍ଟିଲକୁ ପୁଞ୍ଜି ନିବେଶ ପାଇଁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ନିପ୍ପନ ଷ୍ଟିଲକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ । ନିପ୍ପନ ଷ୍ଟିଲକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବେ ସରକାର । ନିପ୍ପନ ଷ୍ଟିଲ ଓଡ଼ିଶାରେ ୩୦ନିୟୁତ ପାଉଣ୍ଡର ପୁଞ୍ଜି ନିବେଶ କରିବ । ଓଡ଼ିଶାରେ ନିପ୍ପନ ଷ୍ଟିଲ ସର୍ବବୃହତ ପୁଞ୍ଜି ନିବେଶ କରିବ । ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଲେ ନିପ୍ପନ ଷ୍ଟିଲ ମୁଖ୍ୟ ଏଇଜି ହାସିମୋତୋ । ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଟୋକିଓରେ ପହଞ୍ଚିବା ପରେ ଭାରତୀୟ ରାଷ୍ଟ୍ରଦୂତ ଶିବି ଜର୍ଜ ଓ ଦୂତାବାସ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ କରିଛନ୍ତି ।
“The eyes believe themselves, the ears believe other people.”
More Stories
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍