ଆସନ୍ତା ଜାନୁଆରୀ ୬ରେ ଇତିହାସ ରଚିବ ଇସ୍ରୋ । ଅପରାହ୍ନ ୪ଟାରେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ୧ । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ପ୍ରେରିତ ହୋଇଥିବା ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ୍-୧ର ସଫଳତାକୁ ଅପେକ୍ଷା କରିଛି ସାରା ବିଶ୍ବ । ୬ଜାନୁଆରୀରେ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବ । ଗତ ୨ ସେପ୍ଟମ୍ବେରରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ କରାଯାଇଥିଲା । ଏଥିରେ ୬ଟି ପେଲୋଡ ବ୍ୟବହାର କରାଯାଇଥିଲା । ଏହି ସମସ୍ତ ପେଲୋଡ ନିଜ ନିଜର ଭୂମିକା ସକ୍ରିୟ ଭାବେ ନିର୍ବାହ କରୁଥିବା ସୂଚନା ମିଳିଛି । ଏଲ ୱାନ ନିଜର ଲକ୍ଷ୍ୟ ପଥରେ ପହଞ୍ଚିବା ପରେ ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପାଖରେ ହେଉଥିବା ସମସ୍ତ ଘଟଣାବଳୀ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବା ସାଙ୍ଗକୁ ତଥ୍ୟ ପ୍ରଦାନ କରିବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ