The Topmost

“The eyes believe themselves, the ears believe other people.”

ଜାନୁଆରୀ ପହିଲାରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ

ବାସ୍ତବ ହେବାକୁ ଯାଉଛି ସ୍ବପ୍ନର ପ୍ରକଳ୍ପ-ମେଟ୍ରୋ ଟ୍ରେନ । ଟ୍ବିନ୍ ସିଟି ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ବର୍ଷ ଭେଟି । ତ୍ରିଶୁଳିଆରେ ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ । ବିମାନବନ୍ଦରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତ୍ରିଶୁଳିଆ ଅଭିମୁଖେ ଏକ ବିରାଟ ଶୋଭାଯାତ୍ରା ଓ ରୋଡ଼ ସୋ ରେ ଯିବେ । ସବୁ ପ୍ରମୁଖ ଛକରେ ସମ୍ବର୍ଦ୍ଧନା ଓ କୃତଜ୍ଞତା ପାଇଁ ହଜାର ହଜାର ଲୋକ ଏକାଠି ହେବେ । କଟକ ଜିଲ୍ଲା ବାରଙ୍ଗରେ ଗଡିବ ଐତିହାସିକ ମେଟ୍ରୋ ଟ୍ରେନ । କଟକ ଓ ଭୁବନେଶ୍ୱର ମଧ୍ୟରେ  ମେଟ୍ରୋ ଚଳାଚଳ ହେଲେ ତ୍ରିଶୂଳିଆ ଛକ ହେବ ପରିବହନର ମୁଖ୍ୟ କେନ୍ଦ୍ରସ୍ଥଳୀ । ଯାହାକୁ ନେଇ ଏବେ ବାରଙ୍ଗ ଅଞ୍ଚଳବାସୀଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ବାରଙ୍ଗ ମୌଜାରେ ମେଟ୍ରୋ ଟ୍ରେନ ପ୍ରକଳ୍ପର କେନ୍ଦ୍ରୀୟ ଓ୍ବାର୍କସପ୍ କରାଯିବ। ବାରଙ୍ଗ ଅଞ୍ଚଳରେ ଐତିହାସିକ ମେଟ୍ରୋ ପ୍ରକଳ୍ପ କରିବାକୁ ନିଷ୍ପତ୍ତି ନେଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ 5T ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ବାରଙ୍ଗ ବାସୀ । ଐତିହାସିକ ମେଟ୍ରୋ ପ୍ରକଳ୍ପର କାମକୁ ୪ ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖିଥିବା ବେଳେ କାମ କିଭଳି ଦ୍ରୁତ ଗତିରେ ଆଗେଇବ ସେନେଇ ଭୁବନେଶ୍ୱରଠୁ ତ୍ରିଶୂଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।