The Topmost

“The eyes believe themselves, the ears believe other people.”

ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା

ଜାତୀୟ ସାହସିକତା ଓ ସେବା ପୁରସ୍କାର ଘୋଷଣା । ୭୫ତମ ଗଣତନ୍ତ୍ର ଦିବସ ଅବସରରେ ୨୭୭ଟି ସାହସିକତା ପୁରସ୍କାର ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି । ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ବର୍ଗ ଏହି ସମ୍ମାନ ପାଇବେ । ଉଲ୍ଲେଖନୀୟ ସେବା ଓ ସାହସିକତା ପାଇଁ ମିଳିବ ସମ୍ମାନ । ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପୁରସ୍କାର ଏହି ତାଲିକା ପ୍ରକାଶ ପାଇଛି । ୨୭୭ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର । ସୂଚନା ଅନୁଯାୟୀ, ଓଡ଼ିଶାର ୧୫ ଜଣଙ୍କୁ ଦିଆଯିବ ସାହସିକତା ପୁରସ୍କାର । ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ଗୃହବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାର୍ଲାଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ସେହିପରି କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ ପାଇବେ ରାଷ୍ଟ୍ରପତି ପଦକ । ଏହାଛଡ଼ା ଓଡ଼ିଶାର ୧୧ ପୋଲିସ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯିବ ।