The Topmost

“The eyes believe themselves, the ears believe other people.”

ଜାତିସଂଘରେ ମରମ କଥା କହିଲେ ଏସ୍ ଜୟଶଙ୍କର

ମିଳିତ ଜାତିସଂଘରେ ଚୀନ ଓ ପାକିସ୍ତାନକୁ ଭାରତର କଡା ଜବାବ । ଜାତିସଙ୍ଘରେ ଉଠିଲା କଶ୍ମୀର ପ୍ରସଙ୍ଗ । ମିଳିତ ଜାତିସଂଘରେ ଏହି ପ୍ରସଙ୍ଗ ଉଠାଇ ଭାରତକୁ ବ୍ୟାକଫୁଟକୁ ଠେଲିବାକୁ ପ୍ରୟାସ କରିଛି ପଡୋଶୀ ଦେଶ । ଆଉ ଭାରତ ମଧ୍ୟ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ଆତଙ୍କବାଦ ପ୍ରେମର କଳା ପୋଲ ଖୋଲିଛି । ଅଲକାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନ କଥା କହି ଅନ୍ତର୍ଜାତୀୟ ମଂଚରେ ପାକିସ୍ତାନକୁ ପାନେ ଦେଇଛି ଭାରତ । ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ଆତଙ୍କୀ ସଂଗଠନ ଲସ୍କର ଓ ଜୈଶର ସଦସ୍ୟମାନେ ମିଳିତ ଭାବେ ଭାରତର ସଂସଦ ଉପରେ ଆକ୍ରମଣ କରିଥିଲେ । ଏଥିରେ ୯ ଜଣ ପ୍ରାଣ ହରାଇଥିଲେ । ଏହି ପ୍ରସଙ୍ଗ ଜୟଶଙ୍କର ଜାତିସଂଘ ସୁରକ୍ଷା ପରିଷଦରେ ଉଠାଇ ପାକିସ୍ତାନକୁ କଡା ଜବାବ ଦେଇଛନ୍ତି । ହାଫିଜ ସୟିଦ, ମହମ୍ମଦ ମାସୁଦ ଆଝାର । ପାକିସ୍ତାନରେ ରହି ସାରା ବିଶ୍ୱରେ ଆତଙ୍କବାଦକୁ ଆଗକୁ ବଢାଇବାରେ ମୁଖ୍ୟ ଭୂମିକା ନେଉଛନ୍ତି ।