The Topmost

“The eyes believe themselves, the ears believe other people.”

ଜାତିସଂଘରେ ତାମିଲଙ୍କ ମାନବାଧିକାର ଉପରେ ପ୍ରଥମ ଥର ଘେରିଲା ଭାରତ

ଶ୍ରୀଲଙ୍କାକୁ ଭାରତ ଦେଖାଇଲା ଶତ୍ରୁତାର ପ୍ରଥମ ଟ୍ରେଲର । ଜାତିସଂଘରେ ତାମିଲଙ୍କ ମାନବାଧିକାର ଉପରେ ପ୍ରଥମ ଥର ଘେରିଲା ଭାରତ । ଆର୍ଥିକ ସଂକଟ ସମୟରେ ଶ୍ରୀଲଙ୍କା ଯେତେବେଳେ ଜଳୁଥିଲା ସେତେବେଳେ ଭାରତ ତାକୁ ଖାଦ୍ୟଶସ୍ୟ, ତେଲ ଓ ଆର୍ଥିକ ସାହାଯ୍ୟ ଦେଇଥିଲା । ତଥାପି ଭାରତର ଆପତ୍ତି ସତ୍ତ୍ବେ ଶ୍ରୀଲଙ୍କା ଚୀନ୍‌ର ଗୋଇନ୍ଦା ଜାହାଜକୁ ହମ୍ବନତୋଟା ବନ୍ଦର ଆସିବାକୁ ଅନୁମତି ପ୍ରଦାନ କରିଥିବାରୁ ଶ୍ରୀଲଙ୍କା ପ୍ରତି ଭାରତର ମନୋଭାବରେ ପରିବର୍ତ୍ତନ ଘଟିଛି । ଭାରତ ସୋମବାର ଜାତିସଂଘର ମାନବାଧିକାର ପରିଷଦର ୫୧ତମ ଅଧିବେଶନରେ ଶ୍ରୀଲଙ୍କାରେ ସଂଖ୍ୟାଲଘୁ ତାମିଲମାନଙ୍କ ପ୍ରତି ହେଉଥିବା ମାନବାଧିକାର ଉଲ୍ଲଂଘନ ପ୍ରସଙ୍ଗ ଉଠାଇଥିଲା । ଏଥି ସହ ଅଭୂତପୂର୍ବ ଆର୍ଥିକ ସଂକଟର ସାମନା କରୁଥିବା ଦେଶ ତୁରନ୍ତ ନିର୍ବାଚନ କରାଇବାକୁ ଭାରତ ପ୍ରସ୍ତାବ ଦେଇଥିଲା । ଭାରତ କହିଥିଲା କି ଶ୍ରୀଲଙ୍କାରେ ତାମିଲମାନଙ୍କର ନ୍ୟାୟ, ମର୍ଯ୍ୟାଦା, ମାନବାଧିକାର ଓ ଶାନ୍ତି ନିମନ୍ତେ ଭାରତ ଜୋର ଦେଉଛି । ଏଥି ସହ ଦେଶରେ ଏକତା, ସ୍ଥିରତା ଓ କ୍ଷେତ୍ରୀୟ ଅଖଣ୍ଡତା ଅକ୍ଷୁଣ୍ଣ ରଖିବାରେ ବି ଏହାର ସାହାଯ୍ୟ କରୁଥିବ । ଏହି ଅବସରରେ ଚୀନ୍‌କୁ ବି ଭାରତ କଡ଼ା ବାଣୀ ଶୁଣାଇଥିଲା । ଚୀନ୍‌ର ଋଣ-ଆଧାରିତ ଅର୍ଥ ବ୍ୟବସ୍ଥାର ସୀମା କ’ଣ ଏବଂ ଏହା ଲୋକମାନଙ୍କର ଜୀବନ ସ୍ତର ଉପରେ କେତେ ନକାରାତ୍ମକ ପ୍ରଭାବ ପକାଉଛି ସେ ନେଇ ଗୁରୁତ୍ବର ସହ ଚିନ୍ତା କରିବା ଜରୁରୀ ବୋଲି ଭାରତ କହିଛି । ତେବେ ଚଳିତ ବର୍ଷ ଭାରତ ଶ୍ରୀଲଙ୍କାକୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ୩.୮ ବିଲିଅନ ଡଲାରର ସାହାଯ୍ୟ ଦେଇଛି ।