The Topmost

“The eyes believe themselves, the ears believe other people.”

finland

ଜାଣନ୍ତୁ ଦୁନିଆର ସବୁଠୁ ସୁଖୀ ଦେଶ: ଏଠି କେହିବି ନାହାଁନ୍ତି ଦୁଃଖି ବ୍ୟକ୍ତି

କଣ ଆପଣଙ୍କ ମନରେ କେବେ ଦୁଃଖ ଆସିଛି । ଆପଣ ଭାବୁଥିବେ ଏ କି ବିଚିତ୍ର ପ୍ରଶ୍ନ ! ଜୀବନରେ ସମସ୍ତେ ଖୁସୀ ଓ ଦୁଃଖର ସମାନ ଭାବରେ ଅନୁଭବ କରିଥାନ୍ତି । ଆଜ୍ଞ ଆପଣ କିଛି ସୀମା ପର୍ଯ୍ୟନ୍ତ ଠିକ୍‌ କହୁଛନ୍ତି । କିନ୍ତୁ ଆପଣ ଜାଣିଲେ ବିଶ୍ୱାସ ବି କରିବେନି । ଏପରି ଏକ ଦେଶ ଅଛି, ସେଠାରେ କେହି ବି ଦୁଃଖି ବ୍ୟକ୍ତି ନାହାନ୍ତି । ବିଶ୍ୱର ଗୋଟିଏ ଛୋଟ ଦେଶ ହୋଇଥିଲେ ମଧ୍ୟ ସାରା ବିଶ୍ୱରେ କରିଛି ଏକ ନିଆରା ରେକର୍ଡ । ସବୁ ଦେଶକୁ ପଛରେ ପକାଇ ଏବେ ନିଜ ଦେଶର ଖୁସିର ରାଜ୍‌ ବାଣ୍ଟୁଛି ସମସ୍ତଙ୍କୁ । ମାତ୍ର ୫୫ ଲକ୍ଷର ଜନସଂଖ୍ୟା ଥିବା ଛୋଟ ଦେଶଟିଏ ହେଲା ଫିନ୍‌ଲ୍ୟାଣ୍ଡ । ଦେଶଟି ଛୋଟ ହେଲେ ମଧ୍ୟ ଆମେରିକା, ଋଷ, ଅଷ୍ଟ୍ରେଲିଆ,ଚୀନ, ବ୍ରାଜିଲ ଭଳି ଶକ୍ତିଶାଳୀ ରାଷ୍ଟ୍ରକୁ ପଛରେ ପକାଇବାରେ ସକ୍ଷମ ହୋଇପାରିଛି । ଦୁନିଆର ସବୁଠୁ ସୁଖୀ ଦେଶ ଭାବେ ପାଞ୍ଚଥର ବାଜି ମାରିଛି ଫିନଲ୍ୟାଣ୍ଡ । ଏଠିକାର ବାସିନ୍ଦା ବିଶ୍ୱର ସବୁଠାରୁ ଖୁସି ରହୁଥିବା ଲୋକ । ତେବେ ଏମାନଙ୍କ ଖୁସି ପଛର ରହସ୍ୟ କଣ ? ଗୋଟିଏ ସର୍ଭେରୁ ଜଣାଯାଏ ଯେ ଏମାନଙ୍କ ଜୀବନ ଶୈଳୀର ମାନଦଣ୍ଡ ହିଁ ଏମାନଙ୍କ ସୁଖ ପଛର କାରଣ ।

finland
finland @thetopmost-01

ଏମାନଙ୍କର ବଞ୍ଚିବାର ପ୍ରକ୍ରିୟା ଭିନ୍ନ । ବାସ୍ତବରେ ଏହି ଦେଶର ପ୍ରତ୍ୟେକ ନାଗରିକ ପ୍ରତିଟି କ୍ଷେତ୍ରରେ ନିଜର ସ୍ୱାଧୀନତାକୁ ଅନୁଭବ କରିଥାଆନ୍ତି । ଯାହା ସେମାନଙ୍କୁ ଖୁସିରେ ବଞ୍ଚିବା ପାଇଁ ସହଯୋଗ କରେ ।

https://twitter.com/mrwtffacts/status/1505873673235976192

ସର୍ଭେ ରିପୋର୍ଟ ଅନୁଯାଇ ନିକଟରେ ସବୁ ବଡ ବଡ ଶକ୍ତିଶାଳୀ ରାଷ୍ଟ୍ରକୁ ପଛରେ ପକାଇ ବାଜି ମାରିଛି ଫିନ୍‌ଲ୍ୟାଣ୍ଡ । କରୋନା କାରଣରୁ ସବୁଦେଶରେ ଚିନ୍ତାଜନକ ସ୍ଥିତି ଥିବା ସମୟରେ ଫିନ୍‌ଲ୍ୟାଣ୍ଡର ଏହି ସଫଳତା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । କରୋନା ଭଳି ମହାମାରୀକୁ ମଧ୍ୟ ସଫଳତାର ସହ ମୁକାବିଲା କରି ସୁଖୀ ରାଷ୍ଟ୍ର ଭାବେ ନିଜର ଶୀର୍ଷ ସ୍ଥାନ ବଜାୟ ରଖି ବିଶ୍ୱର ଅନ୍ୟ ରାଷ୍ଟ୍ରଙ୍କ ପାଇଁ ପ୍ରେରଣା ପାଲଟିଛି ଫିନ୍‌ଲ୍ୟାଣ୍ଡ । ନିକଟରେ ପ୍ରକାଶ ପାଇଛି ବିଶ୍ୱର ସୁଖୀ ଦେଶ ତାଲିକା । ୟୁରୋପୀୟ ଦେଶ ଫିନଲ୍ୟାଣ୍ଡ କ୍ରମାଗତ ଭାବେ ପଞ୍ଚମ ଥର ପାଇଁ ଶୀର୍ଷ ସ୍ଥାନ ବଜାୟ ରଖିପାରିଛି ।

finland
finland @thetopmost-01

http://thetopmost.in/?page_id=555

http://thetopmost.in/?p=841

http://thetopmost.in/?p=827

http://thetopmost.in/?p=755

ଏଠାକାର ନାଗରିକମାନେ ସମୃଦ୍ଧ ଏବଂ ସୁଖମୟ ବାତାବରଣରେ ଜୀବନ ଅତିବାହିତ କରୁଛନ୍ତି । ବିଶ୍ୱ ରାଜନୀତିରେ ଏହାର ନାଁ ଶୁଣାଯାଏ ନାହିଁ କି ଏହାର ଭୌଗଳିକ ସ୍ଥିତ ମଧ୍ୟ ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ହେଲେ ଜାତିସଂଘର ସଷ୍ଟେନେବଲ ଡେଭ୍‌ଲପମେଣ୍ଟ୍‌ ସଲୁସନସ ନେଟୱାର୍କ ଦ୍ୱାରା ଜାରି ୱାଲïର୍ ହାପିନେସ ରିପୋର୍ଟ ୨୦୨୧ରେ ଫିନଲ୍ୟାଣ୍ଡ ହେଉଛି ସବୁଠୁ ଖୁସୀ ଦେଶ । ଏହି ମୁଖ୍ୟତଃ ୩ଟି ଉପାଦନ ଉପରେ ସୂଖୀ ସୂଚକାଙ୍କ ପ୍ରସ୍ତୁତ ହୋଇଛି । ଯଥା ପ୍ରତ୍ୟେକ ଲୋକର ମୋଟ ହାରାହାରି ଉତ୍ପାଦନ, ସ୍ୱାସ୍ଥ୍ୟମୟ ଜୀବନ ଏବଂ ନାଗରିକଙ୍କର ଆତ୍ମସନ୍ତୋଷ ।

ଏଠାକାର ଲୋକଙ୍କର ନାହିଁ କୌଣସି ଚିନ୍ତା: ଜାଣନ୍ତୁ ଏହି ଦେଶର ଭୂଗୋଳ ଓ ଇତିହାସ
ଆଜିର ଏହି ସେଗମେଣ୍ଟରେ ଜାଣିବା ଏକ ଦେଶର ଇତିହାସ ଓ ଭୁଗୋଳ ଉପରେ । ମାତ୍ର ୫୫ ଲକ୍ଷ ଜନସଂଖ୍ୟା ଦ୍ୱାରା ଭରିଥିବା ଦେଶର ରହିଛି ଅନେକ କାହାଣୀ । ତେବେ ଆଜିର ଏହି ଦେଶର ନା ହେଉଛି ଫିନଲ୍ୟାଣ୍ଟ । ନିକଟରେ ଏହି ଦେଶ ଦୁନିଆର ସବୁଠୁ ସୁଖୀ ରାଷ୍ଟ୍ର ଭାବରେ ରେକର୍ଡ କରିଛି । ତେବେ ଏଠିକାର ଅଧିବାସୀ ସବୁବେଳେ ପ୍ରାୟ ଖୁସିରେ ରୁହନ୍ତି । ସେମାନଙ୍କ ଜୀବନଶୈଳୀ ଓ ସାମୀଜିକ ପରିବେଶ ହିଁ ତାଙ୍କ ଖୁସିର ପ୍ରକୃତ କରଣ ବୋଲି କୁହନ୍ତି ସେଠାକାର ଅଧିବାସୀ । ଉତ୍ତର ୟୁରୋପୀୟ ଦେଶ ଫିନଲ୍ୟାଣ୍ଡର ଔପଚାରିକ ନାମ ହେଉଛି ରିପବ୍ଲିକ ଅଫ୍‌ ଫିନଲାଣ୍ଡ । ଏହାର ପଶଫିମରେ ସ୍ୱିଡେନ, ଉତ୍ତରରେ ନରେୱ, ପୂର୍ବରେ ଋଷିଆ ଏବଂ ଦକ୍ଷିଣରେ ଇସ୍ତୋନିଆ ଆଦି ଦେଶ ରହିଛି । ଆୟତନ ଦୃଷ୍ଟିରେ ଫିନଲ୍ୟାଣ୍ଡ ୟୁରୋପର ୮ତମ ବଡ଼ ଦେଶ ଏବଂ ଜନସଂଖ୍ୟା ଘନତ୍ୱ ଅନୁଯାୟୀ ଯୁରୋପୀୟ ୟୁନିଅନର ସର୍ବନିମ୍ନ ଜନସଂଖ୍ୟା ବିଶିଷ୍ଟ ଦେଶ । ଏହାର ଜନସଂଖ୍ୟା ହେଉଛି ମାତ୍ର ୫୫ ଲକ୍ଷ । ଏହାର ରାଜଧାନୀ ହେଉଛି ହେଲସିଙ୍କି । ଏହାର ମାତୃଭାଷା ଫିନିସ୍‌ ଏବଂ ସେ୍ୱଡିସ୍‌ । ତେବେ ସମୁଦାୟର ଜନସଂଖ୍ୟାର ୫.୫ ପ୍ରତିଶତ ସେ୍ୱଡିସ୍‌ ଭାଷାଭାଷୀ । ଏଠାରେ ଅଧିକାଂଶ ଲୋକ ଦକ୍ଷିଣ ଭାଗରେ ବାସ କରନ୍ତି । ଫିନଲ୍ୟାଣ୍ଡ୍‌ର ଇତିହାସ ଆଡ଼କୁ ଗଲେ ଏହା ସମ୍ପୂର୍ଣ୍ଣ ରୂପେ ସ୍ୱିଡେନର ଅଂଶ ଥିଲା । ୧୮୦୯ ମସିହାର ଫିନିସ ଯୁଦ୍ଧର ଫଳାଫଳ ସ୍ୱରୁପ ଫିନଲ୍ୟାଣ୍ଡ୍‌ ଋଷିଆ ଅଧୀନକୁ ଗଲା । ଋଷରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ୧୯୧୭ ମସିହା ଡିସେମ୍ବର ୬ରେ ଫିନଲ୍ୟାଣ୍ଡ ନିଜକୁ ସ୍ୱାଧୀନ ଘୋଷଣା କରିଥିଲା ।

ଅର୍ଥନୀତି
ଶିଳ୍ପ କ୍ଷେତ୍ରରେଫିନଲ୍ୟାଣ୍ଡର ଅର୍ଥନୀତି ସୃଦୁଢ । ଦେଶର ମୁଣ୍ଡପିଛା ଆୟ ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନ୍‌ ପରି ଅନ୍ୟ ପାଶ୍ଚାତ୍ୟ ୟୁରୋପୀୟ ଅର୍ଥନୀତି ସହିତ ସମାନ । ଫିନଲ୍ୟାଣ୍ଡର ଅର୍ଥନୀତିର ବୃହତ୍ତମ ଅଂଶ ସେବା କ୍ଷେତ୍ରରୁ ମିଳିଥାଏ । ଏହାଛଡା ଏଠାରେ ଅନେକ ପଦାର୍ଥ ଉତ୍ପାଦନ ହେବା ସହ ରପ୍ତାନି ହୋଇଥାଏ, ଯାହା ଫିନଲ୍ୟାଣ୍ଡର ଅର୍ଥନୀତିକୁ ସୃଦୁଢ କରିଥାଏ । ତେବେ ଯଦି ଆମେ ବୈଦେଶିକ ବାଣିଜ୍ୟର କଥା ଦେଖିବା ତେବେ ଫିନ୍‌ଲ୍ୟାଣ୍ଡର ପ୍ରମୁଖ କ୍ଷେତ୍ର ହେଉଛି ଉପିାଦିତ ଦ୍ରବ୍ୟ । ଏଠାରେ ଅନେକ ଶିଳ୍ପ ରହିଛି ସେଥିମଧ୍ୟରୁ ପ୍ରମୁଖ ଶିଳ୍ପ ହେଉଛି ଇଲେକେଫ୍ରାନିକ୍ସ (୨୧.୬ %), ଯନ୍ତ୍ରପାତି, ଯାନବାହାନ ଏବଂ ଅନ୍ୟାନ୍ୟ ଇଞ୍ଜିନିୟରିଂ ଧାତୁ ଉତ୍ପାଦନ (୨୧.୧ %), ଜଙ୍ଗଲ ଶିଳ୍ପ (୧୩.୧ %) ଏବଂ ରାସାୟନିକ ପଦାର୍ଥ (୧୦.୯ %) । ଫିନ୍‌ଲ୍ୟାଣ୍ଡରେ କାଠ, ଖଣିଜ ଏବଂ ମଧୁର ଜଳର ଅନେକ ଉତ୍ସ ରହିଛି । ବିଶ୍ୱ ବଜାରରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ବଡ଼ ବଡ଼ ବ୍ରାଣ୍ଡ୍‌ର ସୃଷ୍ଟିକର୍ତ୍ତା ହେଉଛି ଫିନଲ୍ୟାଣ୍ଡ । ନୋକିଆ, ରୋଭିଓ (ଆଙ୍ଗ୍ରି ବାର୍ଡର ନିର୍ମାଣକର୍ତ୍ତା), ସୁପରସେଲ୍‌ (କ୍ଲାସ୍‌ ଅଫ୍‌ କ୍ଲାନ୍ସର ସୃଷ୍ଟିକର୍ତ୍ତା) ଏବଂ ଲିଫଫ ପ୍ରସ୍ତୁତକାରୀ କୋନ୍‌ ପରି ବ୍ରାଣ୍ଡ୍‌ ଏଠାରେ ପ୍ରସ୍ତୁତ ହୋଇ ସାରା ବିଶ୍ୱକୁ ଯୋଗାଇଥାଏ । ସେହିଭଳି ଗ୍ରାମାଞ୍ଚଳର ବନାଞ୍ଚଳ, କାଗଜ କାରଖାନା ଏବଂ କୃଷି କ୍ଷେତ୍ର ଫିନଲ୍ୟାଣ୍ଡ ଅର୍ଥନୀତିର ଏକ ପ୍ରମୁଖ ଅଂଶ । ଏହି କ୍ଷେତ୍ରରେ ଏଠିକାର ବାସିନ୍ଦା ବର୍ଷକୁ ୧୭ହଜାର ୨୩୪ କୋଟି ଟଙ୍କାର ଟିକସ ଦେଇଥାଆନ୍ତି । ଦେଶର ଜିଡିପିର ଏକତୃତୀୟାଂଶ କେବଳ ଗ୍ରେଟର ହେଲସିଙ୍କି ଅଞ୍ଚଳରୁ ମିଳିଥାଏ । ଫିନ୍‌ଲ୍ୟାଣ୍ଡର ଭାଗିଦାରୀ ଆନ୍ତର୍ଜାତୀୟ ଅର୍ଥନୀତିରେ ବେଶ୍‌ ଅଧିକ । ସେହିଭଳି ଅନ୍ତର୍ଜାତୀୟ ବାଣିଜ୍ୟ ବିଶ୍ୱ ଜିଡିପିର ଏକ ତୃତୀୟାଂଶ ଅଟେ । ସମଗ୍ର ବିଶ୍ୱରେ ହେଉଥିବା ବାଣିଜ୍ୟର ୬୦% ୟୁରୋପୀୟ ୟୁନିଅନ୍‌ କରିଥାଏ । ସମସ୍ତ ବାଣିଜ୍ୟ ନୀତି ୟୁରୋପୀୟ ୟୁନିଅନ୍‌ ଦ୍ୱାରା ପରିଚାଳିତ ହୋଇଥାଏ । ଏହି ୟୁନିଅନ୍‌ରେ ଫିନଲ୍ୟାଣ୍ଡର ଯୋଗଦାନ ତାହାର ଅର୍ଥନୀତିକୁ ଉନ୍ନତ କରୁଛି । ଫିନ୍‌ଲ୍ୟାଣ୍ଡ ଏକ ମାତ୍ର ନୋରଡିକ୍‌ ଦେଶ ଯାହା ୟୁରୋଜୋନ୍‌ରେ ଯୋଗଦେଇଛି । ସେହିଭଳି ଏଠିକାର ବାସିନ୍ଦାଙ୍କର ଆୟରେ କିଛି ବିଶେଷ ତାରତମ୍ୟ ନଥାଏ, ଯାହା ସେମାନଙ୍କୁ ଖୁସି ରଖିଥାଏ । ସେହିଭଳି ଜିଡିପିର ବୃଦ୍ଧିରେ ଫିନ୍‌ଲ୍ୟାଣ୍ଡର ପର୍ଯ୍ୟଟନ ଶିଳ୍ପର ଭୂମିକା ରହିଛି । ୨୦୧୭ରେ ଜିଡିପିର ୨.୬% ଅଂଶ ଫିନ୍‌ଲ୍ୟାଣ୍ଡର ପର୍ଯ୍ୟଟନ ଶିଳ୍ପରୁ ମିଳିଥିଲା । ଏଠାକୁ ପ୍ରତିବର୍ଷ ୬.୮ ମିଲିଅନ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଏଠରେ ହାରାହାରି ବର୍ଷକୁ ୧ଲକ୍ଷରୁ ଊଦ୍ଧ୍ୱର୍ ନିଯୁକ୍ତିି ସୃଷ୍ଟି ହୋଇଥାଏ । ଏଠାରେ ବୁଲିବା ପାଇଁ ଅନେକ ସ୍ଥାନ ରହିଛି । ଏହା ପର୍ଯ୍ୟଟକଙ୍କ ପାଇଁ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶ ଭାବେ ବିବେଚିତ । ଯେଉଁ କାରଣରୁ ଏଠାକୁ ଏତେ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସନ୍ତି । ଏଠିକାର ପ୍ରାକୃତିକ ଜଙ୍ଗଲ, ଶୁଦ୍ଧ ପାଣି, ନଦୀ ଆଦି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇଥାଏ । ସେହିଭଳି ଏଠାରେ ଶିଳ୍ପାୟନ ବୃଦ୍ଧି ସହରାଞ୍ଚଳରେ ରହୁଥିବା ଜନସଂଖ୍ୟାର ଅନୁପାତକୁ କ୍ରମାଗତ ଭାବରେ ବୃଦ୍ଧି କରିଛି । ଚାଷ କାର୍ଯ୍ୟ ସାଧାରଣତଃ ଦକ୍ଷିଣ-ପଶ୍ଚିମ ମାଳଭୂମି ଅଞ୍ଚଳରେ କରାଯାଏ । ଏଠାରେ ଉର୍ବର ଜମି ମିଶ୍ରିତ କୃଷି ପାଇଁ ଉପଯୁକ୍ତ । ତେଣୁ ଉତ୍ତରରେ କୃଷକମାନେ ମୁଖ୍ୟତଃ ଦୁU ଜାତୀୟ ଏବଂ ଜଙ୍ଗଲ ଉପରେ ନିର୍ଭର କରିଥାଆନ୍ତି ।

Fs
finance minister @thetopmost-01

ସୁରକ୍ଷିତ ଦେଶ
ଫିନଲ୍ୟାଣ୍ଡ୍‌ରେ ବ୍ୟାପକ କଲ୍ୟାଣକାରୀ ସୁବିଧା, କମ୍‌ ଦୁର୍ନୀତ, ସୁଚିନ୍ତିତ ଗଣତନ୍ତ୍ର ଏବଂ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଆଦି ବହୁ ଆନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ପ୍ରଶଂସିତ ହୋଇଆସୁଛି । ଏପରି ଦେଶରେ ଏତେ ବେଶି ଅର୍ଥନୈତିକ, ସାମାଜିକ, ରାଜନୈତିକ ଏବଂ ଧାର୍ମିକ ଅସମାନତା ନାହିଁ ଯେ ଏଠାରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବିବାଦ ପରିସ୍ଥିତି ସୃଷ୍ଟି ହେବ । ମୋଟ ଉପରେ କହିବାକୁ ଗଲେ ଏହାର ସମୃଦ୍ଧ ଆର୍ଥିକ ସ୍ଥିତି, ଉତ୍ତମ ସ୍ୱାସ୍ଥ୍ୟ ସେବା ଏବଂ ପ୍ରଗତିଶୀଳ ଟିକସ ବ୍ୟବସ୍ଥା ଯୋଗୁଁ ଫିନମାନେ ସୁଖରେ ଅଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ୮୦% ରୁ ଅଧିକ ଫିନ୍‌ ସେମାନଙ୍କ ଆଇନ ବ୍ୟବସ୍ଥାକୁ ବିଶ୍ୱାସ କରନ୍ତି । ଏଠାରେ ଅପରାଧ ନାହିଁ କହିଲେ ଚଳେ । ଫିନବାସୀଙ୍କ ସବୁଠୁ ଖାସ ବିଶେଷତ୍ୱ ହେଉଛି ଏମାନେ ଛୋଟ ଛୋଟ କଥାରେ ଅଭିଯୋଗ ଆଣନ୍ତି ନାହିଁ । ଯେତେସମ୍ଭବ ଏହାଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି । ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ କରିବାଠାରୁ ସେମାନଙ୍କ କଷ୍ଟକୁ ବୁଝିବା ପାଇଁ ପ୍ରୟାସ କରନ୍ତି । ଏହି ଦେଶକୁ ସବୁଠୁ ସୁରକ୍ଷିତ ସ୍ଥାନ ଭାବେ ବିବେଚନା କରାଯାଏ । ସରକାର ଏଠାରେ ଥିବା ଲୋକଙ୍କୁ ବିଶେଷ ସୁବିଧା ପ୍ରଦାନ କରନ୍ତି । ଆର୍ଥିକ ସୁରକ୍ଷା ବ୍ୟତୀତ ସରକାର ନାଗରିକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଉଛନ୍ତି । କୁହାଯାଇ ପାରିବ ଯେ ଏଠାରେ କେହି ବି ଭୂମିହୀନ ନୁହଁନ୍ତି ।

finland army
finland army @thetopmost-01

ବ୍ୟକ୍ତିଗତ ସ୍ୱାଧୀନତା
ଫିନଲ୍ୟାଣ୍ଡର ଲୋକଙ୍କ ସୁଖ କେବଳ ଏହାର ବହୁ ସଂଖ୍ୟକ ଜନକଲ୍ୟାଣ ନୀତି ନୁହେଁ ପାରସ୍ପରିକ ବିଶ୍ୱାସ, ବ୍ୟକ୍ତିକେନ୍ଦ୍ରିକ ସ୍ୱାଧୀନତା ଅନୁଭବ ଉପରେ ନିର୍ଭର । ଏହା ଏପରି ଏକ ଦେଶ ଯେଉଁଠି ବସବାସ କରିବା ପାଇଁ ସମସ୍ତ କଳ୍ପନା ଯୋଗ୍ୟ ମୌଳିକ ଆବଶ୍ୟକତା ପୂରଣ ହୋଇଥାଏ । ଯେପରି କି ସ୍ୱାସ୍ଥ୍ୟସେବା, ଶିକ୍ଷା, କିମ୍ବା ଏକ ଚାକିରୀ ଯାହା ସେମାନଙ୍କୁ ପୂର୍ଣ୍ଣ ଅନୁଭବ କରାଇଥାଏ । ଫିନବାସୀଙ୍କ କହିବା ଅନୁଯାୟୀ ଏଠାରେ ପ୍ରତ୍ୟେକ ଲୋକ ହସଖୁସିରେ ରହିଥାଆନ୍ତି । ଫିନଲ୍ୟାଣ୍ଡ ବାସିନ୍ଦା ମୁଖ୍ୟତଃ ଭଦ୍ର, ନମ୍ର ଏବଂ ପରୋପକାରୀ । ଏଥିସହ ଲୋକମାନେ ଯାହା ଚାହାନ୍ତି ତାହା ସେମାନେ ପୁରା ସ୍ୱାଧୀନର ସହ କରିପାରିଥାଆନ୍ତି । କାହାର ବ୍ୟକ୍ତିଗତ ମାମଲାରେ କେହି ବି ମୁଣ୍ଡ ପୁରାଇବାକୁ ପସନ୍ଦ କରନ୍ତି ନାହିଁ । ଫିନଲ୍ୟାଣ୍ଡବାସୀ ଖୁସି ଶାନ୍ତି ଏବଂ ସନ୍ତୁଷ୍ଟି ଉପରେ ନିର୍ଭର । ଏଠାରେ ଲୋକମାନେ କେବେ ବି ଖୁସିକୁ ଅତ୍ୟଧିକ ମାତ୍ରାରେ ଅନ୍ୟମାନଙ୍କ ଆଗରେ ପରିପ୍ରକାଶ କରନ୍ତି ନାହିଁ କାରଣ ଏମାନେ ଖୁସି ରହିବାର କଳାକୁ ଭଲଭାବରେ ବୁଝିପାରିଛନ୍ତି । ଅସମାନତାର ଲଢେଇରେ ଫିନଲ୍ୟାଣ୍ଡ ମଧ୍ୟ ପୁରୁଣା ଯୋଦ୍ଧା । ଯେତେବେଳେ ବିଶ୍ୱର ଅଧିକାଂଶ ଦେଶରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ବ୍ୟବଧାନ ବଢିବାରେ ଲାଗିଛି, ସେସମୟରେ ଫିନଲ୍ୟାଣ୍ଡ ଏହାର ଗରିବ ନାଗରିକଙ୍କ ଯତ୍ନ ନେବାକୁ କାର୍ଯ୍ୟ କରିଆସୁଛି । ଅସମାନତା ବିରୋଧରେ ଅନେକ ଦେଶ କ୍ରମାଗତ ଭାବରେ ସଂଗ୍ରାମ କରୁଛନ୍ତି, କି;ୁ ଫିନଲ୍ୟାଣ୍ଡ ହେଉଛି ଏପରି ଏକ ଦେଶ ଏହାକୁ ପ୍ରାଥମିକତା ଭାବେ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛି ।
ଶାସନ ଭାରରେ କମବୟସ୍କା
ଫିନ୍‌ ଲ୍ୟାଣ୍ଡ କେବଳ ସୁଖୀ ରାଷ୍ଟ୍ର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ତାହା ନୁହେଁ । ଏଠିକାର ଶାସନ ବ୍ୟବସ୍ଥା ମଧ୍ୟ ସମଗ୍ର ବିଶ୍ୱକୁ ଆକର୍ଷିତ କରିଛି । ଏହାର ଶାସନର ସର୍ବୋଚ୍ଚ ପଦରେ ମହିଳା ଅବସ୍ଥାପିତ ଅଛନ୍ତି । ଖାଲି ସେତିକି ନୁହେଁ ଏହାର ଶାସନରେ ସାମିଲ ଥିବା ୫ଟି ରାଜନୈତିକ ଦଳର ମୁଖ୍ୟ ମଧ୍ୟ ମହିଳା । ଯାହା ଏହି ଦେଶକୁ ଏକ ଆଧୁନିକ ପ୍ରଗତିଶୀଳ ରାଷ୍ଟ୍ରଭାବେ ଦୁନିଆରେ ପରିଚିତ କରାଇଥାଏ ।

most yongest ministers
most yongest ministers @thetopmost-01


ସନା ମରିନ
ଫିନ୍‌ଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ସନା ମରିନ । ମାତ୍ର ୩୪ ବର୍ଷ ବୟସରେ ସନାଙ୍କର ରହିଛି ରାଜନୀତିରେ ଅଗାଧ ଜ୍ଞାନ । ପ୍ରଥମେ ୨୦୧୫ରେ ଫିନ୍‌ଲ୍ୟାଣ୍ଡ ସଂସଦର ସଦସ୍ୟ ଭାବେ ଯୋଗ ଦେଇଥିଲେ ସନା ମରିନ୍‌ । ୬ଜୁନ୍‌ରୁ ୧୦ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ସେ ଦେଶର ପରିବହନ ଓ ଯୋଗାଯୋଗ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହାପରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ମାତ୍ର ୩୫ ବର୍ଷ ବୟସରେ ସେ ସଫଳତାର ଶୀର୍ଷ ଛୁଇଁ ପାରିଥିଲେ । ସେ ବିଶ୍ୱର ସବୁଠାରୁ କମ୍‌ ବୟସ୍କା ନାରୀ ନେତ୍ରୀ । ଏହାସହ ଫିନ୍‌ଲ୍ୟାଣ୍ଡର ସବୁଠାରୁ କମ ବୟସ୍କ ପ୍ରଧାନମନ୍ତ୍ରୀ । ସେ ପାଠ ପଢିବା ସମୟରେ ୨୦୦୬ରେ ସୋସିଆଲ ଡେମୋକ୍ରାଟିକ୍‌ ୟୁଥ୍‌ ଦଳରେ ଯୋଗ ଦେଇଥିଲେ, ଏବଂ ଏହି ଦଳର ଉପସଭାପତି ଭାବେ ୨୦୧୦ରୁ ୨୦୧୨ଯାଏଁ କାମ କରିଥିଲେ । ସେ ନିଜ କାର୍ଯ୍ୟ ଦକ୍ଷତା ପାଇଁ ଅନକ ସଫଳତା ପାଇଛନ୍ତି । ଅନେକ ଲୋକଙ୍କର ପ୍ରେରଣା ପାଲଟିଛନ୍ତି ସନା । ୨୦୨୦ରେ ସନା ଫୋବର୍ସର ବିଶ୍ୱର ୧୦୦ଜଣ ଶଚ୍ଛିଶାଳୀ ମହିଳାଙ୍କ ତାଲିକାରେ ସାମିଲ ହୋଇଥିଲେ ।

sanna marin
sanna marin @thetopmost-01


ଲି ଆଣ୍ଡେରସନ୍‌
ଫିନ୍‌ଲ୍ୟାଣ୍ଡର ଲେଫଫ ଆଲିଆନ୍ସ ପାର୍ଟିର ନେତ୍ରୀ ହେଲେ ଲି ଆଣ୍ଡେରସନ୍‌ । ୨୦୧୯ ଜୁନ୍‌ରେ ସେ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି । ୨୦୧୫ରେ ଲି ଫିନ୍‌ଲ୍ୟାଣ୍ଡ ପ୍ରପରରୁ ସବୁଠାରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀ ଭାବେ ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ । ୨୦୧୬ରେ ସେ ଲେଫଫ ଆଲିଆନ୍ସର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ । ଏହି ପାର୍ଟିର ମୁଖ୍ୟ ପାଇଁ ହୋଇଥିବା ନିର୍ବାଚନରେ ଲି ଙ୍କ ବିରୋଧରେ ଠିଆ ହୋଇଥିବା ପ୍ରାର୍ଥୀ ପରେ ନିଜ ପ୍ରାର୍ଥୀ ପତ୍ର ଫେରାଇ ନେଇଥିଲେ ଯାହାଫଳରେ ସେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ପରେ ୨୦୧୯ରେ ତାଙ୍କ ପାର୍ଟି ୪ଟି ସିଟ୍‌ ଜିତିଥିଲା । ଯାହାଫଳରେ ସେ ସରକାରରେ ସାମିଲ ହେବାସହ ଶିକ୍ଷା ବିଭାଗର ଦାୟିତ୍ୱ ନେଇଛନ୍ତି । ମାତ୍ର ୩୩ ବର୍ଷ ବୟସରେ ଲି ସଫଳତାର ସ୍ୱାଦ ଚାଖିସାରିଛନ୍ତି । ନିଜର ଅକ୍ଲାନ୍ତ ପରିଶ୍ରମ ପାଇଁ ସେ ଏତେ ଉପରକୁ ଯାଇପାରିଛନ୍ତି ।

Li_Andersson
Li_Andersson @thetopmost-01


ମାରିଆ କାର୍ଲୋନିଆ ଓହିସାଲୋ
ଗ୍ରିନ ଲିଗ୍‌ର ସଦସ୍ୟ ଭାବେ ୨୦୧୯ରେ ମାରିଆ ସଂସଦୀୟ ନିର୍ବାଚନ ଜିତିଥିଲେ । ସେ ଫିନ୍‌ଲ୍ୟାଣ୍ଡର ମିନଷ୍ଟ୍ରି ଅଫ୍‌ ଇଣ୍ଟିରେଅର ଦାୟିତ୍ୱ ସମ୍ଭାଳୁଛନ୍ତି । ୨୦୦୮ରେ ମାରିଆ ଗ୍ରିନ ଲିଗ୍‌ ଦଳରେ ଯୋଗଦେଇଥିଲେ । ସେ ଏହାପରେ ଅନେକ ପଦବୀ ସମ୍ଭାଳିଛନ୍ତି । ୨୦୧୫ରେ ସେ ଗ୍ରିନ୍‌ ଲିଗ୍‌ର ଉପସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଗ୍ରିନ ଲିଗ୍‌ ପାର୍ଟିର ପାର୍ଟି କାଉଂସିଲ୍‌ ସଦସ୍ୟ ଭାବେ ସେ ୨୦୧୩ରୁ ୨୦୧୫ କାର୍ଯ୍ୟ କରିଥିଲେ । ୨୦୧୯ ପୂର୍ବରୁ ସେ ୨୦୧୫ରେ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାଜୟ ସ୍ୱୀକାର କରିଥିଲେ । ହେଲେ ଏହା ପରେ ୨୦୧୯ରେ ମାତ୍ର ୩୬ ବର୍ଷରେ ସେ ସଂସଦର ସଦସ୍ୟ ହୋଇପାରିଛନ୍ତି ।

Maria_Ohisalo
Maria_Ohisalo @thetopmost-01


କଟ୍ରି କୁଲମନି
ମାତ୍ର ୩୩ ବର୍ଷ ବୟସରେ ଦୁଇଦୁଇଥର ନିଜର ସକ୍ଷମତା ଦେଖାଇବାରେ ସଫଳ ହୋଇଛନ୍ତି ଫିନ୍‌ଲ୍ୟାଣ୍ଡର ସେଣ୍ଟର ପାର୍ଟିର ନେତ୍ରୀ କଟ୍ରି କୁଲମନି । ପ୍ରଥମେ ୨୦୧୫ରେ ପରେ ୨୦୧୯ରେ ସେ ସଂସଦ ନିର୍ବାଚନରେ ବାଜି ମାରିପାରିଛନ୍ତି । ତାଙ୍କୁ ୨୦୧୯ରେ ଉପମୁଖ୍ୟ ମନ୍ତ୍ରୀ ପଦ ମିଳିଥିଲା । ହେଲେ ଜୁନ୍‌ ୫, ୨୦୨୦ରେ ସେ ଏକ ବିବାଦ କାରଣରୁ ଉପମୁଖ୍ୟମନ୍ତ୍ରୀ ସହ ଅର୍ଥ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହି ବିବାଦ ପରେ ତାଙ୍କୁ ସେଣ୍ଟର ଲିଡର ପାର୍ଟିର ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଛି

Katri_Kulmuni
Katri_Kulmuni @thetopmost-01


ୱାର୍କ କଲଚର୍‌
ଫିନଲ୍ୟାଣ୍ଡ୍‌ର ୱାର୍କ କଲଚର ଅନ୍ୟ ଦେଶ ପାଇଁ ରୋଲ୍‌ ମଡେଲ ହୋଇପାରିଛି । ଫ୍ଲାଟ ୱାର୍କିଂ ମଡେଲକୁ ପରିଚୟ ଦେବାରେ ପ୍ରଥମ ଦେଶ ଭାବେ ଫିନଲ୍ୟାଣ୍ଡ୍‌ ପ୍ରସିଦ୍ଧ ହୋଇପାରିଛି । ଛୋଟ ହେଉକି ବଡ଼ ସବୁ କର୍ମକ୍ଷେତ୍ରର କର୍ମଚାରୀଙ୍କୁ ଅତି ସମ୍ମାନର ସହ ବ୍ୟବହାର କରାଯିବା ଏହାର ଏକ ନିଆରା ପରମ୍ପରା । ସବୁଠୁ ବଡ଼ କଥା ହେଉଛି କମ୍ପାନୀର କୌଣସି ନିଷ୍ପତ୍ତି ନେବାରେ କର୍ମଚାରୀଙ୍କ ସମ୍ପୃକ୍ତି ଲୋଡ଼ାଯାଇଥାଏ । କେବଳ ସେତିକି ନୁହେଁ କେେତକ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ କାର୍ଯ୍ୟ ଦିନ ଏବଂ କାର୍ଯ୍ୟ ସମୟ ଚୟନ କରିବା ପାଇଁ ସୁଯୋଗ ଦେଇଥାଆନ୍ତି । ଏସବୁ ପାଇଁ ଫିନଲ୍ୟାଣ୍ଡରେ ଉତ୍ପାଦନ ଭଲ ହେବା ସହ ଚାକିରୀରେ ସନ୍ତୁଷ୍ଟି ମିଳିଥାଏ । ବ୍ୟବସାୟ ଉପରେ ବିଶ୍ୱର ପ୍ରମୁଖ ରାଷ୍ଟ୍ରଗୁଡ଼ିକ ଫିନଲ୍ୟାଣ୍ଡ୍‌ର ଆଭିମୁଖ୍ୟକୁ ଉଦାହରଣ ଦେଇଥାଆନ୍ତି । କେବଳ ସେତିକି ନୁହେଁ ଫ୍ରେଣ୍ଡଲି ୱାର୍କିଂ ଏନଭେରମେଣ୍ଟ ସୃଷ୍ଟି କରିବା କ୍ଷେତ୍ରରେ ମଧ୍ୟ ଏହି ସୁଖୀ ଦେଶ ବହୁତ ଆଗୁଆ । ଫିନଲ୍ୟାଣ୍ଡରେ ଲିଙ୍ଗଗତ ପାର୍ଥ୍ୟକକୁ ଦୂରରେ ରଖି ସମସ୍ତଙ୍କ ପାଇଁ ସମାନ ଦରମା ବ୍ୟବସ୍ଥା କରାଯାଇଛି ।
ପ୍ରଗତିର ପ୍ରମାଣ ଶିକ୍ଷା
ଏକ ସୁସ୍ଥ ଏବଂ ନିର୍ମଳ ପରିବେଶ ଛଡ଼ା ଏଠାରେ ଶିକ୍ଷା ବ୍ୟବସ୍ଥା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏଠାକାର ଉଚ୍ଚମାନର ଶିକ୍ଷା ବ୍ୟବସ୍ଥା ପ୍ରଦାନରେ ଅନ୍ୟ ଦେଶମାନଙ୍କଠାରୁ ଆଗୁଆ । ଏହା ବାସ୍ତବରେ ଏକମାତ୍ର ବିକଶିତ ଦେଶ ଯେଉଁଠାରେ ପିତାମାନେ ପିଲାମାନଙ୍କ ସହିତ ମା’ଙ୍କ ଅପେକ୍ଷା ଅଧିକ ସମୟ ଅତିବାହିତ କରନ୍ତି । ଏହା ଦେଶ ପ୍ରଗତିର ଏକ ପ୍ରମୁଖ ପ୍ରମାଣ । ଏଠାରେ ସମସ୍ତେ ସ୍କୁଲ ଯାଆନ୍ତି ଏବଂ ସମସ୍ତଙ୍କୁ ସମାନ ଶିକ୍ଷା ଦିଆଯାଇଥାଏ ।

Finland-Education-Model
Finland-Education-Model @thetopmost-01


କରୋନା ସହ ସଫଳ ଲଢେଇ
ଫିନଲ୍ୟାଣ୍ଡ ଚତୁର୍ଥ ଥର ପାଇଁ ବିଶ୍ୱର ସୁଖୀତମ ଦେଶ ହୋଇଥିଲା ବେଳେ ଗତ ବର୍ଷ କରୋନା ମହାମାରୀକୁ ସର୍ବୋତ୍ତମ ଭାବରେ ମୁକାବିଲା କରିଛି । ଏହି ଦେଶ ଆଦୌ ଲକଡାଉନ ଘୋଷଣା କରିନାହିଁ । ସାରା ବିଶ୍ୱରେ ପ୍ରତି ୧୦ ଲକ୍ଷ ଲୋକରେ ହାରାହାରି ୯୮୦ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଫିନଲ୍ୟାଣ୍ଡ୍‌ରେ ମରିଛନ୍ତି ମାତ୍ର ୧୫୦ ଜଣ । ଫିନଲ୍ୟାଣ୍ଡ ସର୍ବଦା ଲୋକଙ୍କ ବିଶ୍ୱାସ ଜିତିବାରେ ଆରରେ ରହିଆସିଛି । ମହାମାରୀ ସମୟରେ ଜୀବନ ଏବଂ ଜୀବିକା ରକ୍ଷା କରିବାରେ ସାହାଯ୍ୟ କରିଛି । ଏଥିସହ ରିପୋର୍ଟରେ କୁହାଯାଇଛି ଯେ ସର୍ବେକ୍ଷଣରୁ ଜଣାପଡ଼ିଛି ଅଧିକାଂଶ ଦେଶ କରୋନା ମହାମାରୀ କାରଣରୁ ନକାରାତ୍ମାକ ଭାବନା ବଢ଼ିଥିଲା । କିନ୍ତୁ ଫିନଲ୍ୟାଣ୍ଡବାସୀଙ୍କ ମାନସିକ ସନ୍ତୋଷରେ କିଛି ପରିବର୍ତ୍ତନ ଘଟିନାହିଁ । ଏଠାରେ ଲୋକମାନେ ଗତ ବର୍ଷ ନିଜର ସାହସକୁ ବଜାୟ ରଖିପାରିଥିଲେ ।

 ଫିନଲ୍ୟାଣ୍ଡ୍‌ ବିଶ୍ୱର କେବଳ ସର୍ବାଧିକ ଖୁସି ରାଷ୍ଟ୍ର ନୁହେଁ, ଏହା ବିଶ୍ୱର ସବୁଠୁ ସଚ୍ଚୋଟ ଦେଶ ମଧ୍ୟ । ବର୍ଲିନର ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ ସଂସ୍ଥା ଦ୍ୱାରା ପ୍ରତି ବର୍ଷ ପ୍ରକାଶିତ ସଚ୍ଚୋଟତା ତାଲିକାରେ ଫିନଲ୍ୟାଣ୍ଡ୍‌ ଆଗରେ ରହିଛି । ଉଦାହରଣ ସ୍ୱରୁପ ୨୦୧୩ ମସିହାରେ ପାକିସ୍ତାନରୁ ଆସି ଫିନଲ୍ୟାଣ୍ଡରେ ରହୁଥିବା ଜଣେ ମହିଳାଙ୍କ କହିବା ଅନୁସାରେ ଫିନଲ୍ୟାଣ୍ଡ ଲୋକମାନେ ବହୁତ ଖୁସମିଜାଜ ହୋଇଥାଆନ୍ତି । ହେଲେ ସେମାନେ ଅଚିହ୍ନା ଲୋକଙ୍କ ସହ ବେଶି କଥାବାର୍ତ୍ତା ନକରି ଗମ୍ଭୀର ରହିବାକୁ ପସନ୍ଦ କରିଥାଆନ୍ତି । ଏମାନେ ସମୟାନୁବର୍ତ୍ତୀ ଏବଂ କେବେ ବି ମିଛ କୁହନ୍ତି ନାହିଁ । ଶକ୍ତିଶାଳୀ ଏବଂ ଧନୀ ରାଷ୍ଟ୍ର ନହେବା ସତ୍ତେ୍ୱ ଫିନଲ୍ୟାଣ୍ଡ ଲଗାତର ସୁଖୀ ଦେଶର ଆଖ୍ୟା ହାସଲ କରିବା ପରେ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି ।

SHARE BY