The Topmost

“The eyes believe themselves, the ears believe other people.”

long life

ଜାଣନ୍ତୁ ଦୀର୍ଘ ଆୟୁଷର ସିକ୍ରେଟ୍‌

ବୈଜ୍ଞାନିକମାନେ ସର୍ବଦା ନିଜର କୌଣସି ନା କୌଣସି ବିଷୟକୁ ନେଇ ରିସର୍ଚ୍ଚମାନ କରିଥାନ୍ତି । ତେବେ ଏପରି ଅନେକ ରିସର୍ଚ୍ଚମାନଙ୍କ ଭିତରେ ମନୁଷ୍ୟର ବୟସକୁ ନେଇ ସର୍ବଦା ଏକ ରିସର୍ଚ୍ଚ ଚାଲିଥାଏ । ତେବେ ଅନେକ ଗବେଷଣା ପରେ ବୈଜ୍ଞାନିକମାନେ ଏପରି ଏକ ସୂତ୍ର ବାହାର କରିଛନ୍ତି ଯାହା ଆପଣଙ୍କ ହୋସ୍‌ ଉଡେଇ ଦେବ । ଆମେରିକାର ବୈଜ୍ଞାନିକମାନେ ମଣିଷର ଲମ୍ବା ବୟସର ଫର୍ମୁଲା କହିଛନ୍ତି । ସେମାନେ ଏପରି ଏକ ଫର୍ମୁଲା ବାହାର କରିଛନ୍ତି ତାହା ମଣିଷର ବୟସ ବଢାଇବାରେ ସାହାଯ୍ୟ କରେ । ତେବେ ଲମ୍ବା ବୟସ ପାଇଁ ୪ଟି ଜିନିଷକୁ ଧ୍ୟାନ ରଖିବା ବହୁତ ଜରୁରୀ । ପ୍ରଥମେ ନିଜ ଖାଦ୍ୟରେ କାର୍ବୋହାଇଡ୍ରେଟର ମାତ୍ରା ବଢେଇବା । ଦ୍ୱିତୀୟ ନିଜ ଖାଦ୍ୟ ପ୍ରୋଟିନ୍‌ ଇନଟେକକୁ କମ କରିବା । ତୃତୀୟରେ ମାସକ ଭିତରେ ୨ ଥର ଉପବାସ କରିବା । ଏବଂ ନିଜ ଖାଦ୍ୟରେ ସର୍ବଦା ନୁହେଁ କିନ୍ତୁ କେବେ କେବେ ଡାର୍କ ଚକୋଲେଟକୁ ସାମିଲ କଲେ ଏହା ଆପଣଙ୍କ ଶରୀରର ସନ୍ତୁଳନ ରକ୍ଷା କରିଥାଏ ।


ଆମେରିକାର ବୈଜ୍ଞାନିକ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ ଆଉ ପବ୍ଲିକ୍‌ ହେଲ‘ର ବୈଜ୍ଞନିକ ଓ ୟୁଏସର ଲିଓନାର୍ଡୋ ଦାଭିସର କିଛି ବୈଜ୍ଞାନିକ ଦୀର୍ଘ ବୟସର ରିସର୍ଚ କରିଛନ୍ତି । ତେବେ ବହୁ ବର୍ଷର ରିସର୍ଚ ପରେ ଏହି ଫଳ ବାହାରିଛି । ମନୁଷ୍ୟର ଖାଦ୍ୟପେୟରେ ପରିବର୍ତ୍ତନ ଓ ବିଭିନ୍ନ କେମିକାଲ ମିଶା ଖାଦ୍ୟ ଖାଇବା କାରଣରୁ ମଣିଷର ଦେହ ଖରାପ ହୋଇଥାଏ । କିନ୍ତୁ ଯଦି ଉପରୋକ୍ତ ଡାଏଟକୁ ଖାଦ୍ୟରେ ସାମିଲ କରାଯାଏ ତେବେ ଜୀବନ ଶକ୍ତି ବଢିବା ସହିତ ଆୟୁଷ ବଢିଆଏ ବୋଲି ରିସର୍ଚ୍ଚରେ କୁହାଯାଇଛି ।

long life@thetopmost-01
long life
long life @thetopmost-01

https://thetopmost.in/?p=1779

https://thetopmost.in/?p=1758

https://thetopmost.in/?p=1735

https://thetopmost.in/?p=1747