The Topmost

“The eyes believe themselves, the ears believe other people.”

ଜାଣନ୍ତୁ ଚଳିତ ବଜେଟ୍ ରେ କେଉଁ ଯୋଜନା ପାଇଁ କେତେ ଟଙ୍କା

ନିର୍ବାଚନ ପୂର୍ବରୁ ନୂଆ ସଂସଦ ଭବନରେ ବଜେଟ ଉପସ୍ଥାପନ ହୋଇଛି । ନିର୍ମଳା ସୀତାରମଣ ନିଜ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ଏହା ଅନ୍ତରୀଣ ବଜେଟ, ହେଲେ ସାଧାରଣ ଲୋକ ଏହି ବଜେଟ ଉପରେ ଅଧିକ ଆଶା ରଖିଥିଲେ । ମହିଳା, ଯୁବକ ଓ ଚାଷୀଙ୍କ ଉପରେ ଏହି ବଜେଟ ଅଧିକ ଗୁରୁତ୍ୱ ଦେଇଛି । ୫୭ ମିନିଟରେ ଅର୍ଥମନ୍ତ୍ରୀ ଦେଶର ଅର୍ଥ ବ୍ୟବସ୍ଥାକୁ ଜନତାଙ୍କ ସାମ୍ନାରେ ରଖିଥିଲେ । ତେବେ ଆସନ୍ତୁ ନଜର ପକାଇବା କେଉଁ ଯୋଜନା ପାଇଁ କେତେ ଟଙ୍କା ଘୋଷଣା ହୋଇଛି ।

କେଉଁ ଯୋଜନା ପାଇଁ କେତେ ଟଙ୍କା ?

ପିଏମ୍ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା – ୨୪୦୦ କୋଟି

ପିଏମ୍ ଆବାସ ଯୋଜନା – ୮୦, ୬୭୧ କୋଟି

ଜଳଜୀବନ ମିଶନ – ୭୦,୧୬୩ କୋଟି

ୟୁରିଆ ସବସିଡି – ୧, ୬୪, ୦୦୦ କୋଟି

ମନରେଗା – ୮୬, ୦୦୦ କୋଟି

ଆୟୁଷ୍ମାନ ଭାରତ – ୭, ୫୦୦ କୋଟି

ପିଏମ୍ କୃଷି ସିଞ୍ଚନ ଯୋଜନା -୧୧, ୩୯୧ କୋଟି