The Topmost

“The eyes believe themselves, the ears believe other people.”

ଜାଣନ୍ତୁ କେତେ ରୋଜଗାର କଲାଣି ’ଡଙ୍କି’

ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ’ଡଙ୍କି’ ଦୁଇଦିନରେ ବକ୍ସ ଅଫିସରେ ଭଲ ରୋଜଗାର କରୁଥିବାବେଳେ ଦର୍ଶକଙ୍କ ମହଲରେ ଆଦୃତ ହୋଇଛି । କେବଳ ଭାରତ ନୁହେଁ ସାରା ବିଶ୍ବବ୍ୟାପୀ କଲେକ୍ସନ ମଧ୍ୟ ଭଲ ହୋଇଛି । ଯଦିଓ ’ପଠାନ’ ଏକ ’ଜଓ୍ବାନ’ର ରେକର୍ଡ ଭାଙ୍ଗି ନାହିଁ ତଥାପି ଭଲ ଆଦାୟ କରୁଛି । ଚଳିତ ବର୍ଷ ଶାହାରୁଖ ଖାନଙ୍କ ଅଭିନୀତ ଏହା ହେଉଛି ତୃତୀୟ ଫିଲ୍ମ । ପ୍ରଥମ ଦିନରେ ୩୦ କୋଟି ଟଙ୍କା ବ୍ୟବସାୟ କରିଥିବାବେଳେ ବିଦେଶରେ ମଧ୍ୟ ଡଙ୍କିର କ୍ରେଜ୍ ଭଲ ରହିଛି । ଶାହାରୁଖ ଖାନଙ୍କ ଡଙ୍କିକୁ ଟକ୍କର ଦେବା ପାଇଁ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସଲାର ରିଲିଜ୍ ହୋଇଛି । ତେବେ ଏହି ଦୁଇ ଫିଲ୍ମ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିବାବେଳେ ଦ୍ବିତୀୟ ଦିନରେ ୨୦ କୋଟି ଟଙ୍କା ବ୍ୟବସାୟ କରିଛି ଡଙ୍କି । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଡଙ୍କି ଦୁଇଦିନରେ ଭାରତରେ ୪୯.୨୦ କୋଟି ଟଙ୍କା ବ୍ୟବସାୟ କରିଛି । ଯଦି ବିଶ୍ବବ୍ୟାପୀ କଲେକ୍ସନ କଥା କହିବା ତାହେଲେ ୫୮ କୋଟି ଟଙ୍କା ବ୍ୟବସାୟ କରିଛି । ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଫିଲ୍ମର ଲୋକପ୍ରିୟତା ରହିଥିବାବେଳେ ବକ୍ସ ଅଫିସରେ କ୍ରେଜ୍ ମଧ୍ୟ ବଢ଼ିବାରେ ଲାଗିଛି । ସେପଟେ ଆଗାମୀ ଦିନରେ ମଧ୍ୟ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି ।