ମହାରାଷ୍ଟ୍ରରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ବିଭାଗ ବଣ୍ଟନ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ପାଖରେ ନଗର ବିକାଶ ମନ୍ତ୍ରଣାଳୟ ରଖିଛନ୍ତି । ଅନ୍ୟପଟେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ନିଜ ପାଖରେ ଗୃହ ଏବଂ ଅର୍ଥ ମନ୍ତ୍ରଣାଳୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜ୍ୟ ମନ୍ତ୍ରିମଣ୍ଡଳର ନବ ନିଯୁକ୍ତ ମନ୍ତ୍ରୀଙ୍କୁ ଦାୟିତ୍ୱ ବଣ୍ଟନ କରିବା ପରେ ରାଜ୍ୟପାଳ ଏହାକୁ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ପାଖରେ ସାଧାରଣ ପ୍ରଶାସନ, ନଗର ବିକାଶ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ଏବଂ ଜନସମ୍ପର୍କ, ଲୋକ ନିର୍ମାଣ, ପରିବହନ, ଯୋଗାଣ, ସାମାଜିକ ନ୍ୟାୟ, ବିପର୍ଯ୍ୟୟ ପରିଚାଳନା ଏବଂ ଜଳ ସଂରକ୍ଷଣ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଅଳ୍ପସଂଖ୍ୟକ ମନ୍ତ୍ରଣାଳୟ ରଖିଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ନିକଟରେ ଗୃହ, ଅର୍ଥ ଏବଂ ଯୋଜନା, ଆଇନ ଏବଂ ନ୍ୟାୟ, ଜଳ ସମ୍ପଦ, ଆବାସ ଏବଂ ଶକ୍ତି ବିଭାଗ ରହିବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ