ରାଜ୍ୟରେ ଶୀତ ଲହରୀ । ଉପାନ୍ତରୁ ଉପକୂଳ ଥରୁଛି ଓଡ଼ିଶା । ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ସାରା ରାଜ୍ୟ । ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାବେଳେ ସକାଳୁ ଘନ କୁହୁଡ଼ି ଅନୁଭୂତ ହେୁଛି । ଲୋକେ ବାଇକରେ ଯାତାୟତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭନ୍ନ ସ୍ଥାନରେ ଲୋକେ ନିଆଁ ପୁଆଁଇ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଶୀତ ପାଇଁ ସଂନ୍ଧ୍ୟାହେଲେ ବଜାର ଘାଟ ଖାଁ ଖାଁ ଲାଗୁଛି । ସେପଟେ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଅସହ୍ୟ ଜାଡ। ଜଙ୍ଗଲ ପାହାଡ ଘେରା ଟାଙ୍ଗଣା ନଈ ଓ ସୋନ ନଈ ଥିବା କାରଣରୁ ଅତ୍ୟଧିକ ଶୀତ ବଢ଼ୁଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଏବେ ସନ୍ଧ୍ୟା ହେଲେ ଶୁଖିଲା କାଠ ଓ କୁଟାକୁ ଛକ ଛକରେ ନିଆଁ ପୋଇଁ ହୋଇ ବସୁଛନ୍ତି ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି