ଭୁବନେଶ୍ୱର: ଫେବୃଆରୀ ୨୪: ଜାଗର ପାଇଁ ଜାରି ହେଲା ସ୍ୱତନ୍ତ୍ର ନିୟମ । ରାତି ୧୦ଟାରେ ମହାଦୀପ ଉଠିବା ନେଇ ଜାରି ହୋଇଛି ବିଜ୍ଞପ୍ତି । ଲିଙ୍ଗରାଜ ମନ୍ଦିରରେ ଜାଗର ପାଳନ ନେଇ ସରିଛି ସମନ୍ୱୟ ବୈଠକ । କୋଭିଡ କଟକଣା ମାନି ମନ୍ଦିର ପରିସରରେ ମଧ୍ୟ ଭକ୍ତ ଦୀପ ଜାଳିପାରିବେ । ତେବେ ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିପାରିବେନି ଶ୍ରଦ୍ଧାଳୁ । ଆଡ଼କାଠ ନିକଟରୁ ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ କରିପାରିବେ ଦର୍ଶନ । ବୈଠକ ଶେଷରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଯେପରି ବେଶି ଭିଡ ନ ହେବ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେହିପରି ଶିବରାତ୍ରୀରେ ରାତି ୩ ଟାରୁ ୩.୩୦ ପର୍ଯ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବା ସହ ସକାଳ ୫ଟା ଯାଏଁ ସେବାୟତଙ୍କ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ । ୫ଟା ପରଠାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ଅପୁତ୍ରିକ ମାନେ ନିଶ୍ଚୟ କରନ୍ତୁ ଏହି ଏକାଦଶୀ