ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ । ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ସମଗ୍ର ଅଞ୍ଚଳ । ବନ୍ୟାରେ ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ତ୍ରାହି ତ୍ରାହି ପରିସ୍ଥିତି । କେଉଁଠି ନଦୀ ଗର୍ଭରେ ଗାଡିମଟର ଭାସିଯାଉଛି ତ ଆଉ କେଉଁଠି ପାହାଡରୁ ବିରାଟ ପଥର ଖସି ଜୀବନ ଯାଉଛି । ଏଭଳି ସ୍ଥିତିରେ ସେଠାକୁ ଯାଇଥିବା ପାଖାପାଖି ୩୦୦୦ ପର୍ଯ୍ୟଟକ ଫଶି ରହିଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ସେନା ଯବାନଙ୍କ ସହ ଏନଡିଆରଏଫ୍ ଟିମ୍ । ହିମାଚଳ ଓ ଉତ୍ତରାଖଣ୍ଡରେ ଭୀଷଣ ବନ୍ୟାରେ ବ୍ରିଜ ଭାସିଯାଇ ଥିବାବେଳେ ଘର ଓ ଯାନବାହାନ ମଧ୍ୟ ଭାସିଯାଇଛି । ଫଳରେ ଅନେକ ଲୋକ ବାସହରା ହୋଇପଡିଛନ୍ତି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଡ୍ ଆଲର୍ଟ ଜାରି ହୋଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ