December 17, 2025

ଜଲ୍ଲିକଟ୍ଟୁ ସପକ୍ଷରେ ସୁପ୍ରିମକୋର୍ଟ

ଜଲ୍ଲିକଟ୍ଟୁ ସପକ୍ଷରେ ସୁପ୍ରିମକୋର୍ଟ । ତାମିଲନାଡୁରେ ଜଲ୍ଲିକଟ୍ଟୁକୁ ଆଇନସମ୍ମତ କରିବା ସଂକ୍ରାନ୍ତ କେତେକ ପିଟିସନର ଶୁଣାଣି କରି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ତାମିଲନାଡୁର ଏକ ସାଂସ୍କୃତିକ ଐତିହ୍ୟ ଭାବେ ପରିଚିତି ଲାଭ କରିଛି ଜଲ୍ଲିକଟ୍ଟୁ। ବିଚାର ବିଭାଗ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ। ଜଷ୍ଟିସ କେ.ଏମ. ଯୋଶେଫ, ଜଷ୍ଟିସ ଅଜୟ ରାସ୍ତୋଗି, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷୀକେଶ ରୟ ଓ ଜଷ୍ଟିସ ସି.ଟି. ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଲ୍ଲିକଟ୍ଟୁ ସପକ୍ଷରେ ଶୁଣାଇଛନ୍ତି ରାୟ। ପୋଙ୍ଗଲ ସମୟରେ ତାମିଲନାଡୁରେ ଜଲ୍ଲିକଟ୍ଟୁ ଉତ୍ସବ ଏରୁଥଝୁବୁଥାଲ ନାମରେ ଜଣାଶୁଣା ଏବଂ ଏହାକୁ ଅଧିକାଂଶ ସ୍ଥାନରେ ପାଳନ କରାଯାଇଥାଏ। ୨୦୧୪ରେ ବିଭିନ୍ନ ପ୍ରାଣୀ ଅଧିକାର କର୍ମୀଙ୍କ ପକ୍ଷରୁ ଆଗତ ପିଟିସନର ଶୁଣାଣି କରି ଜଲ୍ଲିକଟ୍ଟୁକୁ ନିଷିଦ୍ଧ କରିଥିଲେ ସୁପ୍ରିମକୋର୍ଟ।

SHARE BY