ବର୍ଷାରେ ବେହାଲ ଭାରତର ସିଲିକନ୍ ସିଟି ବେଙ୍ଗାଲୁରୁ । ସହରରେ ଲଗାଣ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଥିବାବେଳେ ସମଗ୍ର ସହର ଜଳମଗ୍ନ ହୋଇଯାଇଛି । ସହରର ପ୍ରାୟ ୨ହଜାର ଘର ପାଣି ଘେରରେ ବନ୍ଦୀ । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ବିଜୁଳି ମଧ୍ୟ ବନ୍ଦ ରହିଛି । ୨ଦିନ ଲଗାଣ ବର୍ଷାରେ ରାସ୍ତାଘାଟ ପାଣିରେ ବୁଡି ରହିଥିବାରୁ ଜନସାଧାରଣ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେପଟେ ୨ଦିନ ଧରି ବେଙ୍ଗାଲୁରୁରେ ସ୍କୁଲ ବନ୍ଦ ରହିଛି । ଅଫିସ ପହଞ୍ଚିବା ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡୁଛି । ଲୋକଙ୍କୁ ଉଦ୍ଧାର କରିବା ପାଇଁ କର୍ତ୍ତୃପକ୍ଷ ଟ୍ରାକ୍ଟରର ସାହାଯ୍ୟ ନେଉଛନ୍ତି । ହେଲେ ବାଙ୍ଗାଲୋର ଭଳି ହାଇପ୍ରୋଫାଇଲ ସିଟିରେ ଏଭଳି ଅବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ