ଅଳ୍ପକେ ବର୍ତ୍ତିଲା ଶହଶହ ବିମାନ ଯାତ୍ରୀଙ୍କ ଜୀବନ । ଉଡାଣ ବେଳେ ହଠାତ୍ ବନ୍ଦ ହୋଇଗଲା ଇଞ୍ଜିନ । ଫଳରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ । ମିଳିଥିବା ସୂଚନା ମୁତାବକ, ସକାଳୁ ଇଣ୍ଡିଗୋ ବିମାନ ଉଡାଣ ଭରିବାର କିଛି ମିନିଟ ପରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିଲା । ଫଳରେ ବିମାନ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ବିମାନର ଏମରଜେନ୍ସି ଲ୍ୟାଣ୍ଡି କରିବାରୁ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି । ବିମାନ ପାଟଣାରୁ ଦିଲ୍ଲୀ ଯାଉଥିବବେଳେ ଏଭଳି ଘଟଣା ଘଟିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ