The Topmost

“The eyes believe themselves, the ears believe other people.”

ଜମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା

ଜମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା । କୁପୱାରା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିପାତ । ଆତଙ୍କବାଦୀ ବିରୋଧରେ ଯୁଦ୍ଧ ଜାରି ରଖିଥିବା ଭାରତୀୟ ସେନାକୁ ମିଳିଛି ବଡ ସଫଳତା । ଗୁରୁବାର ରାତିରେ ଜମ୍ମୁ ଓ କଶ୍ମୀରର କୁପୱାରା ଜିଲ୍ଲାରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ୫ଜଣ ଆତଙ୍କବାଦୀ ନିହତ ହୋଇଥିବା କାଶ୍ମୀର ଜୋନ୍‌ ପୁଲିସ ସୂଚନା ଦେଇଛି । ସେନା ଓ ପୁଲିସର ମିଳିତ ଟିମ୍‌ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଗୁଳିବିନିମୟ ହୋଇଥିଲା । ଏବେ ମଧ୍ୟ ସେ ଅଞ୍ଚଳରେ ତଲାସ ଅଭିଯାନ ଚାଲୁ ରହିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି । ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଫେବ୍ରୁଆରି ମାସରୁ ଏଯାବତ୍‌ ନିୟନ୍ତ୍ରଣ ରେଖା ଅଞ୍ଚଳରେ ୧୦ଟି ପ୍ରମୁଖ ଅନୁପ୍ରବେଶ ଉଦ୍ୟମ ବ୍ୟର୍ଥ କରାଯାଇଛି ।