The Topmost

“The eyes believe themselves, the ears believe other people.”

ଜମ୍ମୁ-କାଶ୍ମୀରରୁ ‘୩୭୦ ଧାରା’ ଉଚ୍ଛେଦ ବୈଧ

ଜମ୍ମୁ କାଶ୍ମୀରରୁ ୩୭୦  ଧାରା ଉଚ୍ଛେଦ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବୈଧ କହିଲେ ସୁପ୍ରିମକୋର୍ଟ । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରିବା କ୍ରମରେ ମୁଖ୍ୟ ବିଚାରପତି କହିଲେ ଯେ,   ଜମ୍ମୁ କାଶ୍ମୀରରେ ୩୭୦ ଧାର ଲାଗୁ କରିବା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । କିନ୍ତୁ ଭାରତରେ ମିଶ୍ରଣ ପରେ ଆଉ ଏହି ସ୍ୱତନ୍ତ୍ର ମାନ୍ୟତା ବଜାୟ ରହିପାରିବ ନାହିଁ । କାରଣ ଭାରତରେ ମିଶ୍ରଣ ହେବା ସହ ଜମ୍ମୁ-କାଶ୍ମରର ସାର୍ବଭୌମତ୍ୱ ଶେଷ ହୋଇଥିଲା । ଯେହେତୁ ଜମ୍ମୁ- କାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ ତେଣୁ ଏହାର ନିଜସ୍ୱ ପ୍ରଭୁତ୍ୱ ନାହିଁ । ସୂଚନା ମୁତାବକ, ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ –କାଶ୍ମୀରରୁ ଧାରା ୩୭୦ କୁ ଉଚ୍ଛେଦ କରିବା ସହ ରାଜ୍ୟକୁ ଦୁଇ ଭାଗରେ ଯଥା, ଜମ୍ମୁ-କାଶ୍ମୀର ଓ ଲଦାଖରେ ବାଣ୍ଟି ଦେଇଥିଲେ । ଏବଂ ଦୁଇଟିକୁ କେନ୍ଦ୍ର ଶାସିତ ଅଞ୍ଚଳ  ଭାବେ ଘୋଷଣା କରିଥିଲେ । କିନ୍ତୁ ଏହାକୁ ବିରୋଧ କରି ସୁପ୍ରିମ କୋର୍ଟରେ ୨୩ ଟି ଆବେଦନ ପତ୍ର ଦାଖଲ ହୋଇଥିଲା । ଏହା ଉପରେ ସେପ୍ଟେମ୍ବରରେ ଶୁଣାଣୀ କରି କେନ୍ଦ୍ରର ନିଷ୍ପତ୍ତିକୁ ବଜାୟ ରଖିଥିଲେ କୋର୍ଟ । ଆଜି ପୁଣି ଥରେ ଏହି ମାମଲାର ବିଚାର କରି ୩୭୦ ଧାରା ଉଚ୍ଛେଦକୁ ବୈଧ ବୋଲି କହିଛନ୍ତି ସୁପ୍ରିମ କୋର୍ଟ ।