The Topmost

“The eyes believe themselves, the ears believe other people.”

ଜମ୍ମୁ ଓ କଶ୍ମୀର କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଗୁଲାମ୍‌ ନବୀ ଆଜାଦଙ୍କ ଇସ୍ତଫା

ଜମ୍ମୁ ଓ କଶ୍ମୀର କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଗୁଲାମ୍‌ ନବୀ ଆଜାଦ୍‌ ଉକ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି । ତେବେ ସେ ନିଯୁକ୍ତି ପାଇବାର କିଛି ସମୟ ପରେ ଇସ୍ତଫା ଦେଇଥିବା ସୂଚନା । ମିଳିଥିବା ସୂଚନା ଅନୁସାରେ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ନୂତନ ଦାୟିତ୍ବ ବହନ କରିବାକୁ ଗୁଲାମ୍‌ ନବୀ ଆଜାଦ୍‌ ଅଗ୍ରାହ୍ୟ କରିଛନ୍ତି । ତେବେ ତାଙ୍କ ପରେ ଜମ୍ମୁ ଓ କଶ୍ମୀର କଂଗ୍ରେସର ମୁଖ୍ୟ ଭାବେ ୱିକାର ରସୂଲ୍‌ଙ୍କୁ ନିଯୁକ୍ତ ହୋଇଛନ୍ତି । ମଙ୍ଗଳବାର ଦିନ କଂଗ୍ରେସର ନୂତନ ନିର୍ବାଚନ ପ୍ରଚାର ଅଭିଯାନ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିରେ ‘ପିସିସି’ ସଭାପତି ଏବଂ ଦଳର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷାଙ୍କ ସମେତ ୧୧ଜଣ ସଦସ୍ୟ ଉପସ୍ଥିତ ଥିଲେ । ତାରିକ୍‌ ହମିଦ୍‌ କର୍‌ରାଙ୍କୁ ପ୍ରଚାର ଅଭିଯାନର ଉପାଧ୍ୟକ୍ଷ ଏବଂ ଜି. ଏମ୍‌. ସରୂରିଙ୍କୁ ଆବାହକ ଭାବେ ନିଯୁକ୍ତ କରାଯାଇଥିଲା ।