ଜମ୍ମୁକଶ୍ମୀର ଡୋଡାରେ ଯୋଶୀମଠ ସ୍ଥିତି ପରିଲକ୍ଷିତ । ସ୍ଥାନୀୟ ଅଞ୍ଚଳରେ ୨୦ରୁ ଅଧିକ ଘରେ ସୃଷ୍ଟି ହୋଇଛି ବଡ଼ ବଡ଼ ଫାଟ । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ପ୍ରଶାସନ ୩୦୦ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିଛି । ଆଜି ସକାଳୁ ଜିଲ୍ଲା ପ୍ରଶାସନ ଓ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ବା ଜିଏସଆଇ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସମୀକ୍ଷା କରୁଛନ୍ତି । ଜିଲ୍ଲା ପ୍ରଶାସନ ନିୟମିତ ଭାବରେ ସ୍ଥିତି ଉପରେ ନଜର ରଖିଛି ଏବଂ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ପ୍ରଶାସନ କହିଛି । ତେବେ ଜିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ସ୍ଥିତିର ସମୀକ୍ଷା କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ଡୋଡା ଜିଲ୍ଲା ସେସମିକ ଜୋନ୍ ୪ ଅନ୍ତର୍ଗତ ଅଞ୍ଚଳ । ତେଣୁ ଏଠାରେ ଭୂମିକମ୍ପ ଦ୍ୱାରା ଅଧିକ କ୍ଷୟକ୍ଷତି ହୋଇଥାଏ ।
“The eyes believe themselves, the ears believe other people.”
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି