The Topmost

“The eyes believe themselves, the ears believe other people.”

ଜମ୍ମୁକଶ୍ମୀରରେ ବଡ ଧରଣର ହିମସ୍ଖଳନ

ଜମ୍ମୁକଶ୍ମୀରେ ବଡ ଧରଣର ହିମସ୍ଖଳନ । ବୁଧବାର ବଡ ଧରଣର ଭୁସ୍ଖଳନ ଘଟିବାଥିବା ସୂଚନା ମିଳିଛି । ଉତରକଶ୍ମୀର ବାରମୂଳାର ଗୁଲମର୍ଗରେ ରେ ଥିବା ଏକ ରିସୋର୍ଟ ଉପରେ ବରଫ ଖଣ୍ଡ ଭୁଷୁଡିବା ଯୋଗୁଁ ୨ଜଣ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବରଫ ଖଣ୍ଡ ତଳେ ଆଉ କିଛି ପର୍ଯ୍ୟଟକ ଫଶି ରହିଥିବା ବେଳେ ଏମାନଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଛି । ସୂଚନା ଅନୁସାରେ ଏବେ ସୁଦ୍ଧା ୧୯ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ପ୍ରଶାସନ ଓ ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେପଟେ ସାମାନ୍ୟ ଆହତ ଲୋକଙ୍କ ଚିକିତ୍ସା ନିକଟସ୍ଥ ଡାକ୍ତରଖାନାରେ ଚାଲିଛି । ମୃତ ବିଦେଶୀଙ୍କ ସର୍ମ୍ପକୀୟଙ୍କୁ ସୂଚନା ପ୍ରଦାନ କରିଛନ୍ତି ଭାରତ ସରକାର ।