The Topmost

“The eyes believe themselves, the ears believe other people.”

ଜମ୍ମୁକଶ୍ମୀରରେ ଜଳପ୍ରଳୟ ଯୋଗୁଁ ସ୍ଥିତି ସଙ୍ଗୀନ..

ଜମ୍ମୁକଶ୍ମୀରେ ଲଗାଣବର୍ଷା ଯୋଗୁଁ ଜଳପ୍ରଳୟ । ଘର ଭିତରେ ଅନେକ ଲୋକ ଜଳବନ୍ଦୀ ହୋଇ ରହିଥିବାବେଳେ ହଠାତ ବିଭିନ୍ନ ଜିଲ୍ଲାର ସ୍ଥିତି ସଂଗୀନ ହୋଇପଡିଛି । ସବୁଠି କେବଳ ବନ୍ୟା ପାଣି ହିଁ ଦେଖିବାକୁ ମିଳିଛି । ବର୍ଷା ପାଣି ଭିତରେ ସ୍କୁଲ ବସ ଫଶିବା ପରେ କୁନି କୁନି ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବିଶେଷ କରି ଗନ୍ଦୱାଲ, ପୁଂଛ ଓ ରାମବନରେ ସବୁଠୁ ଅଧିକ ବନ୍ୟା ପ୍ରକୋପ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଭୂସ୍ଖଳନ ଯୋଗୁଁ ଅଧା ରାସ୍ତାରେ ଫସି ରହିଛନ୍ତି ଶହ ଶହ ଲୋକ । ସେପଟେ ସ୍ଥିତିକୁ ଦେଖି ଅମରନାଥ ଯାତ୍ରାକୁ ଅଧାରୁ ବନ୍ଦ କରାଯାଇଛି । ସେପଟେ ଧରାହାଲୀ ପରି ଆଉ କିଛି ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇପଡିଛି । କେବଳ ପାହାଡିଆ ଅଂଚଳରେ ନୁହେଁ ସହର ଭିତରେ ମଧ୍ୟ ବର୍ଷା ଯୋଗୁଁ କୁତ୍ରିମ ବନ୍ୟା ସମସ୍ୟା ସୃଷ୍ଟି ହୋଇଛି । ଉଦ୍ଧାରକାରୀ ଦଳ ପହଁଚି ବନ୍ୟା ବିପନ୍ନଙ୍କୁ ସ୍ଥାନାନ୍ତର କରୁଛି ।