ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ ସିବିଆଇ ରେଡ୍ । ‘ଜମି ବଦଳରେ ଚାକିରି’ ସ୍କାମରେ ପଚରାଉଚରା କରିବା ପାଇଁ ସିବିଆଇ ଟିମ୍ ପାଟନାରେ ପହଞ୍ଚିଥିବା ଜଣାଯାଇଛି । ଚଢ଼ାଉ ସମୟରେ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଘରେ ଉପସ୍ଥିତ ଥିବା ଜଣାଯାଇଛି । ସିବିଆଇର ୧୨ ଜଣିଆ ଟିମ୍ ରାବ୍ରି ଦେବୀଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି । ଏଥି ନିମନ୍ତେ ପୂର୍ବରୁ ରାବ୍ରି ଦେବୀଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଜାରି କରାଯାଇଥିଲା । ମାତ୍ର ପରେ ତାଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ସିବିଆଇ ଟିମ୍ ପାଟନାସ୍ଥିତ ବାସଭବନରେ ପହଞ୍ଚି ପଚରାଉଚରା କରୁଛି । ଏହି ସମୟରେ ରାବ୍ରି ଦେବୀଙ୍କ ସ୍ୱାମୀ ଲାଲୁ ଯାଦବ, ୨ ପୁଅ ତେଜ ପ୍ରକାଶ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ରାବ୍ରି ଦେବୀଙ୍କ ଓକିଲ ବି ଉପସ୍ଥିତ ଅଛନ୍ତି ।
“The eyes believe themselves, the ears believe other people.”
More Stories
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ
୭୬ ତମ ଗଣତନ୍ତ୍ର ଦିବସ