The Topmost

“The eyes believe themselves, the ears believe other people.”

ଜନସାଧାରଣଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିବେଦନ

ନୂଆ ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ ସର୍ଭେରେ ଭାଗ ନେବାକୁ ଶିକ୍ଷାମନ୍ତ୍ରୀଙ୍କ ନିବେଦନ । ଜାତୀୟ ଶିକ୍ଷାନୀତି-୨୦୨୦ ଅଧୀନରେ ଏକ ନୂଆ ପାଠ୍ୟକ୍ରମ ବିକଶିତ କରାଯିବ । ଯାହାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ କରିକୁଲମ୍‌ ଫ୍ରେମ୍‌ଓ୍ୱାର୍କ ତଥା ଜାତୀୟ ପାଠ୍ୟକ୍ରମର ରୂପରେଖ ପାଇଁ ଆରମ୍ଭ ହୋଇଥିବା ଜନସର୍ଭେରେ ଅଂଶ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଜାତୀୟ ଶିକ୍ଷାନୀତିର ମାର୍ଗଦର୍ଶିକା ଅନୁସାରେ ଏକ ଗତିଶୀଳ ନ୍ୟାସନାଲ କରିକୁଲମ୍‌ ଫ୍ରେମ୍‌ଓ୍ୱାର୍କ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଏଥିପାଇଁ ଏକ ଗତିଶୀଳ, ସମାବେଶୀ ଓ ଭବିଷ୍ୟତବାଦୀ ଜାତୀୟ ପାଠ୍ୟକ୍ରମର ରୂପରେଖ ବିକଶିତ କରିବା ଆବଶ୍ୟକ । ଏହାଦ୍ୱାରା ଆଗାମୀ ପିଢି ମଧ୍ୟରେ ସାଂସ୍କୃତିକ ସୁଦୃଢ଼ତାକୁ ଏକତ୍ରିତ କରିବା ସହ ବୈଶ୍ୱିକ କଳ୍ପନା ତିଆରି କରିହେବ ।