ପୁରୀ: ଫେବୃଆରୀ ୨୧: ଏଥର ଜଗା ଦର୍ଶନରୁ ହଟିଲା କଟକଣା । ଶ୍ରୀମନ୍ଦିର ପ୍ରବେଶ ପଥରୁ ଉଠିଲା ଯାଞ୍ଚ ଶିବିର । ଏଥର ଅବାଧରେ ଭକ୍ତ କରିପାରିବେ ଦର୍ଶନ । ଏହା ସହ ହଟିଲା କିଓସ୍କ ଧାଡିର ପ୍ରତିକ୍ଷା । ଦୀର୍ଘ ଦିନ ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦଥିବାବେଳେ ବହୁ ସମୟ ଧରି କେବଳ ଦ୍ୱିତୀୟ ଡୋଜ ନେଇ ସାରିଥିବା ଶ୍ରଦ୍ଧାଳୁ ହିଁ ଭଗବାନଙ୍କ ଦର୍ଶନ କରିପାରୁଥିଲେ । ତେବେ ବର୍ତ୍ତମାନ ନୀତି ସବ୍ କମିଟି ଓ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପାଇଁ ଏହି ନୂଆ ମାର୍ଗଦର୍ଶିକା ଜାରି ହୋଇଛି।ଏଣିକି ବିନା କଟକଣାରେ ଭକ୍ତମାନେ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ପୂର୍ବ ଭଳି ଭକ୍ତମାନେ ପୂର୍ବ ଦ୍ୱାରରେ ପ୍ରବେଶ କରି ଦକ୍ଷିଣ ଦ୍ୱାରରେ ପ୍ରସ୍ଥାନ ସହ ବରିଷ୍ଠ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା ମଧ୍ୟ କରାଯାଇଛି। ବର୍ତ୍ତମାନ କୋଭିଡ ସ୍ଥିତିରେ ସୁଧାର ଆସିଥିବାରୁ କଟକଣା କୋହଳ କରାଯାଇଥିବା ଜଣାପଡ଼ିଛି।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍