ଏଣିକି କମିବ ଦୁର୍ଘଟଣା, ଆଉ ଅକାଳରେ ଯିବନି ଜୀବନ । 5T ଉପକ୍ରମରେ ଆରମ୍ଭ ହେଲା ଉଦ୍ୟମ । ଏନେଇ ଖୁବଶୀଘ୍ର ହଟିବ ସମସ୍ୟା । ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲା ଟ୍ରକ୍ ମାଲିକ ସଂଘ । ଟୁଇନ ସିଟି ଦେଇ ଯାଇଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହେଉଥିବା ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଳିଷ୍ଠ ପଦକ୍ଷେପ । ରାସ୍ତାକଡ଼ରେ ବେଆଇନ ଭାରିଯାନ ପାର୍କିଂ ର ସ୍ଥାୟୀ ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ । 5T ଉପକ୍ରମରେ ରାଜ୍ୟ ପରିବହନ ବିଭାଗ ସହଯୋଗରେ କଟକ ଜଗତପୁରରେ ନିର୍ମାଣ ହେବାକୁ ଯାଉଛି ରାଜ୍ୟର ବୃହତ୍ତମ ଟ୍ରକ ଟର୍ମିନାଲ । ଜଗତପୁର ଗୋଲେଇ ଛକରେ ଏଥିପାଇଁ 9.55 ଏକର ଜମି ଚିହ୍ନଟ କରାଯାଇଛି । ଏଥିରୁ 6.01 ଏକର ଉପରେ ହେବ ଟର୍ମିନାଲ । 0.86 ଏକର ଜମିରେ ନୂତନ ଆରଟିଓ କାର୍ଯ୍ୟାଳୟ, 1.6 ଏକରରେ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ଟ୍ରାକ୍ ଓ 1 ଏକର ଜମିରେ ବିସ୍ଥାପିତ ବ୍ୟବସାୟୀଙ୍କ ପାଇଁ ମାର୍କେଟ କମ୍ପ୍ଲେସ ନିର୍ମାଣ ହେବ । ଏହାସହ ଢ଼ାବା, ଏଟିଏମ୍, ସର୍ଭିସ ଷ୍ଟେସନ, ଲୋଡିଙ୍ଗ ଅନଲୋଡିଂ ରେଷ୍ଟ ଓ ବାଥ ପ୍ଲେସ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ପୋଲିସ ଆଉଟ ପୋଷ୍ଟ ରହିବ। ଏହି ମେଗା ପ୍ରକଳ୍ପ ପାଇଁ ପ୍ରାୟ 20 କୋଟି ଖର୍ଚ୍ଚ ହେବ ।
“The eyes believe themselves, the ears believe other people.”
More Stories
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା