ଆରମ୍ଭ ହେଲା ଛାତ୍ରଛାତ୍ରୀଙ୍କ ଅବକାଶକାଳୀନ ଗୃହକାର୍ଯ୍ୟ । ଗ୍ରୀଷ୍ମ ଅବକାଶ ସମୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଯୋଜନା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦଶରେ ଆରମ୍ଭ ହେଲା ହଲିଡେ ହୋମଓ୍ବାର୍କ ପ୍ରୋଗ୍ରାମ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ସ୍କୁଲକୁ ଦିଆଯାଇଛି ଏସଓପି ଏବଂ ନିୟମାବଳୀ । ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ସମ୍ବନ୍ଧିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହାୟତା କେନ୍ଦ୍ର ଖୋଲାଯାଇ ବିଷୟଭିତ୍ତିକ ଓ ଅଭିଜ୍ଞ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି । ସରକାରୀ ଛୁଟିଦିନ ବ୍ୟତିତ ଅନ୍ୟ ସବୁଦିନ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଜାରି ରହିବ । ପ୍ରତ୍ୟେକ ବିଦ୍ୟାର୍ଥୀ ନିକଟରେ ସହାୟତା କେନ୍ଦ୍ରର ସୁବିଧା ପହଞ୍ଚାଇବା ପାଇଁ ଟୋଲଫ୍ରି ନମ୍ବର ବ୍ୟବସ୍ଥା କରାଯାଇଛି । ଏହି ଟୋଲଫ୍ରି ନମ୍ବର ଜରିଆରେ ଛାତ୍ରଛାତ୍ରୀ ସେମାନଙ୍କ ପ୍ରଶ୍ନ ସିଧାସଳଖ ପଚାରି ପାରିବେ ଏବଂ ନିୟୋଜିତ ଶିକ୍ଷକମାନେ ଏହାର ସମାଧାନ କରିବେ ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ