ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ମୋଟ୍ ପାସ୍ ହାର ୯୬.୧୯% ଥିବା ବେଳେ ଛାତ୍ରଙ୍କ ତୁଳନାରେ ଭଲ କରିଛନ୍ତି ଛାତ୍ରୀ। ରେଗୁଲାର ପାସ୍ ହାର ୯୬.୪୦% । ଏକ୍ସ ରେଗୁଲାର ପାସ୍ ହାର ୭୩.୪୧% । ମୋଟ୍ ୬ଟି ଜିଲ୍ଲାରେ ପାସ୍ ହାର ୯୭ ପ୍ରତିଶତରୁ ଅଧିକ ରହିଛି। କଟକ, ଜଗତସିଂହପୁରରେ ସର୍ବାଧିକ ପାସ୍ ହାର ୯୭.୯୯% ଥିବା ବେଳେ ମାଲକାନଗିରିରେ ସର୍ବନିମ୍ନ ପାସ୍ ହାର ୯୨.୬୮ପ୍ରତିଶତ ରହିଛି ।୩୨୨୨ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ଥିବା ବେଳେ କୌଣସି ସ୍କୁଲରେ ହୋଇନି ଶୂନ ରେଜଲ୍ଟ । ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରେଜଲ୍ଟ ବୁକ୍ ଉନ୍ମୋଚନ କରିବା ସହ ରେଜଲ୍ଟ ଘୋଷଣା କରିଛନ୍ତି । ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ ପ୍ରକାଶ ପାଇଛି । ବୋର୍ଡ ଓ୍ବେବସାଇଟ www.bseodisha.ac.inରୁ ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିପାରିବେ । ସେହିପରି OR 10 space ରୋଲ୍ ନମ୍ବର ଲେଖି 5676750କୁ ଏସଏମଏସ କଲେ ଫଳ ଜଣାପଡ଼ିବ । ଚଳିତବର୍ଷ ୫ ଲକ୍ଷ ୧୬ ହଜାର ୪୨୬ ପିଲା ପାସ୍ ହୋଇଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା