ଶ୍ରୀମନ୍ଦିରର ଆଠଟି ଦ୍ବାର ରୂପା ଛାଉଣୀ ହେବା ପ୍ରସଙ୍ଗ । ଗତବର୍ଷ ନଭେମ୍ବର ୨୬ ତାରିଖରେ କଳାହାଟ ଦ୍ୱାର ରୂପାଛାଉଣି ପାଇଁ ମହଜୁଦ ଥିବା ସମସ୍ତ ୫ଶହ କେଜି ରୂପାକୁ ଆଜି କଢ଼ାଯାଉଛି। କଡା ସୁରକ୍ଷା ମଧ୍ୟରେ ଏହି ରୂପା କଢ଼ାଯାଇ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସକୁ ନିଆଯିବ । ତେବେ ଆଠଟି ଦ୍ବାରରୁ ସାତଟି ଦ୍ୱାରର ରୂପା ଛାଉଣି କାମ ସରିଛି । ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦି ନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୂପା ଛାଉଣୀ ସମ୍ପୂର୍ଣ୍ଣ ହୋଇଥିବା ବେଳେ କେବଳ କଳାହାଟ ଦ୍ୱାରର ରୂପାଛାଉଣି ବାକି ଥିଲା।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍