ଛତିଶଗଡ଼, ମିଜୋରାମରେ ରେକର୍ଡ ମତଦାନ । ୭୦ପ୍ରତିଶତରୁ ଅଧିକ ଲୋକେ ଦେଲେ ଭୋଟ । ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ମିଜୋରାମରେ ସମସ୍ତ ୪୦ଟି ଆସନ ପାଇଁ ମତଦାନ ପ୍ରକ୍ରିୟା ସରିଛି । ଛତିଶଗଡ଼ରେ ୭୦. ୮୭ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ମିଜୋରାମରେ ୭୭. ୦୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ର ମାଓବାଦୀ ପ୍ରଭାବିତ ବସ୍ତର ଡିଭିଜନ୍ ସମେତ ରାଜନନ୍ଦଗାଓଁ, ମୋହଲା-ମାନପୁର-ଅମ୍ବାଗଡ଼ଚୌକି, କବିରଧାମ ଏବଂ ଖୈରାଗଡ଼-ଛୁଇଖାଦାନ-ଗଣ୍ଡାଇରେ ମତଦାନ କରିଛନ୍ତି ଭୋଟର । ନକ୍ସଲଙ୍କ ଧମକକୁ ବେଖାତିର କରି ବହୁ ସଂଖ୍ୟାରେ ଭୋଟର ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରିଛଛନ୍ତି । ଛତିଶଗଡ଼ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ ନେତା ମଇଦାନକୁ ଓହ୍ଳାଇ ନିଜ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ଛତିଶଗଡ଼ରେ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ବାକି ୭୦ଟି ଆସନ ପାଇଁ ପଡ଼ିବ ଭୋଟ୍ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍