ଚୁରୁରେ ବସୁନ୍ଧରାଙ୍କ ଶକ୍ତି ପ୍ରଦର୍ଶନ

ଚଳିତବର୍ଷ ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ ହେବ। ଏଥିପାଇଁ ଉଭୟ ଶାସକ କଂଗ୍ରେସ ଏବଂ ବିରୋଧୀ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଲେଣି । କଂ‌ଗ୍ରେସରେ ‌ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟ ଗୋଷ୍ଠୀ ମଧ୍ୟରେ ରହିଥିବା ବିବାଦ ଏପର୍ଯ୍ୟନ୍ତ ଥମିନାହିଁ । ଏଭଳି ସ୍ଥିତିରେ ବସୁନ୍ଧରା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଣ୍ଟା ଭିଡ଼ିଲେଣି । ଚୁରୁଠାରେ ସେ ଏକ ବଡ଼ ସଭା କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ତାଙ୍କ ସଭାରେ ୮୦ ହଜାରରୁ ଅଧିକ ଲୋକ ଯୋଗ ଦେଇଥିଲେ । ରାଜେଙ୍କ କ୍ୟାମ୍ପ ପକ୍ଷରୁ ଦାବି କରାଯାଇଛି ଯେ ଏହି ସଭାରେ ପି ପି ଚୌଧୁରୀ, ଦେବଜୀ ପଟେଲ ଏବଂ ବସୁନ୍ଧରାଙ୍କ ପୁଅ ଦୁଷ୍ୟନ୍ତ ରାଜେଙ୍କ ସମେତ ଅତିକମ୍‌ରେ ୧୦ ବିଜେପି ସାଂସଦ, ୩୦ରୁ ୪୦ ବିଜେପି ବିଧାୟକ, ରାଜ୍ୟର ପୂର୍ବତନ ବିଜେପି ସଭାପତି ଅଶୋକ ପରନାମି ଏବଂ ୧୦୦ରୁ ଅଧିକ ପୂର୍ବତନ ବିଧାୟକ ଯୋଗ ଦେଇଥିଲେ। ‘କେଶରୀୟା ମେଁ ହରା ହରା, ରାଜସ୍ଥାନ ମେଁ ବସୁନ୍ଧରା’ ଏବଂ ‘ଅବ୍‌ କୀ ବାର୍‌ ବସୁନ୍ଧରା ସରକାର’ ସ୍ଳୋଗାନରେ ସଭାସ୍ଥଳ କମ୍ପି ଉଠିଥିଲା। ଉକ୍ତ ସଭାରେ ବସୁନ୍ଧରା ଗେହଲଟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିଥିଲେ।

SHARE BY