ଖୁବଶୀଘ୍ର ଦିଳ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏହା ସାଙ୍ଗକୁ ଆଜିଠୁ ଭାରତୀୟ ବାୟୁସେନା ଆରମ୍ଭ କରୁଛି ଯୁଦ୍ଧାଭ୍ୟାସ । ପାକିସ୍ତାନ ଓ ଚୀନ ସୀମାରେ ଗର୍ଜିବ ରାଫେଲ, ମିରାଜ ପରି ଲଢୁଆ ବିମାନ । ଆଜିଠାରୁ ୧୦ ଦିନ ଯାଏଁ ସମରାଭ୍ୟାସ ‘ତ୍ରିଶୂଳ’ ଜାରି ରଖିବ ବାୟୁସେନା । ଏହାକୁ ପରିଚାଳନା କରୁଛନ୍ତି କମାଣ୍ଡୋ ଗରୁଡ । ପ୍ରାକ୍ ସୂଚନା ମୁତାବକ, ଏହାପରେ ଅକ୍ଟୋବର, ନଭେମ୍ବରରେ ଭାରତୀୟ ବାୟୁସେନା ‘ତରଙ୍ଗ ଶକ୍ତି’ ନାମକ ବହୁପକ୍ଷିୟ ଯୁଦ୍ଧାଭ୍ୟାସ ଆୟୋଜନ କରିବାକୁ ଯାଉଛି । ଏଥିରେ ଫାଇଟର ଜେଟ୍, ସୈନ୍ୟ ପରିବହନ ବିମାନ, ଆକାଶରେ ଇନ୍ଧନ ଭରୁଥିବା ବିମାନ, ଓ ଏୟାରବର୍ଣ୍ଣ ୱାର୍ଣ୍ଣିଙ୍ଗ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମ ଏୟାରକ୍ରାଫ୍ଟ ମଧ୍ୟ ସାମିଲ ହେବେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍