The Topmost

“The eyes believe themselves, the ears believe other people.”

ଚୀନ୍ ରେ ବଡ ଧରଣର ଭୂକମ୍ପ

ବଡ଼ଧରଣ ଭୂକମ୍ପ ଝଟକାରେ ଥରିଲା ଚାଇନା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୩ ଥିବାରୁ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା । ଚାଇନା ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜିନଜିଆଙ୍ଗ ଉଇଗର ସ୍ୱଂୟଶାସିତ ଅଞ୍ଚଳରେ ଭୂକମ୍ପର ଝଟକା ଅଧିକ ଅନୁଭୂତ ହୋଇଛି । ଏହି ଅଞ୍ଚଳଟି ତାଜିକିସ୍ତାନ ସୀମାକୁ ଲାଗିଛି । ପ୍ରଥମେ ତାକିକିସ୍ତାନରେ ୭.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାପରେ ସ୍ଥାନୀୟ ସମୟ ସକାଳ ୮.୩୭ରେ ଚାଇନାରେ ୭.୩ ତୀବ୍ରତା ଭୂକମ୍ପ ଅନୁଭୂତ ହୋଇଛି । ବଡ଼ଧରରଣ ଭୂକମ୍ପ ସତ୍ତ୍ୱେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଅନେକ ସ୍ଥାନରେ ଲୋକମାନେ ଝଟକା ପରେ ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି ।