ଚୀନରେ କରୋନା କୋପ ଧିରେଧିରେ ହ୍ରାସ ପାଉଛି । କିନ୍ତୁ ଏହାରି ଭିତରେ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସୁଛି । ଯେଉଁ ଜନତା ଦେଶରେ କରୋନା ସଂକ୍ରମଣକୁ ନେଇ ହୋଇଥିବା କଟକଣା ବିରୋଧରେ ସ୍ୱର ଉଠାଇଥିଲେ, ସେମାନଙ୍କୁ ସି ଜିନପିଙ୍ଗ ସରକାର ଗାଏବ କରି ନେଉଥିବା ଜଣାପଡ଼ିଛି । ବିବିସି ରିପୋର୍ଟ ଅନୁସାରେ, ସରକାର ଏପର୍ଯ୍ୟନ୍ତ ୧୦୦ ପ୍ରତିବାଦକାରୀଙ୍କୁ ଗୋପନୀୟତା ଭାବେ ଉଠାଇ ନେଇ ହେପାଜତରେ ରଖିଛି । ଏଥିରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଛି । ଅନ୍ତର୍ଜାତୀୟ ମାନବ ଅଧିକାର ସଂଗଠନ ସମସ୍ତଙ୍କୁ ଛାଡ଼ିବାକୁ ଦାବି କରିଛି । ବେଆଇନ୍ ଭାବେ ହେପାଜତରେ ଥିବା ଲୋକଙ୍କ ତାଲିକା ଜାରି କରିଛି ଏହି ସଂଗଠନ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ