ଏଲଏସିରେ ଆମେରିକା ସେନା ସହ ମିଳିତ ସମରାଭ୍ୟାସ କରୁଛି ଭାରତୀୟ ସେନା । ଉଭୟ ସେନାର ଯୁଦ୍ଧାଭ୍ୟାସକୁ ଦେଖି ଛାନିଆ ହୋଇଉଠିଛି ଶତ୍ରୁ ରାଷ୍ଟ୍ର ଚୀନ୍ । ଉତ୍ତରାଖଣ୍ଡର ଓଲିରେ ଭାରତୀୟ ସେନା ଏବଂ ୟୁଏସ୍ ସେନା ଉଭୟ ଦେଶର ଯୁଦ୍ଧ କୌଶଳ ଅଭ୍ୟାସ କରୁଛନ୍ତି । ଉଭୟ ଦେଶ ମଧ୍ୟରେ ଏହା ହେଉଛି ୧୮ତମ ଯୁଦ୍ଧାଭ୍ୟାସ । ଏହି ଯୁଦ୍ଧାଭ୍ୟାସ୍ ପ୍ରତିବର୍ଷ ଆୟୋଜିତ କରାଯାଇଥାଏ । ଏହାର ଉଦେଶ୍ୟ ହେଉଛି, ଉଭୟ ଦେଶର ସେନା ଉଭୟ ଦେଶର ଯୁଦ୍ଧ କୌଶଳକୁ ଯେପରି ଶିଖିପାରିବେ । ଆଉ ଏହାରି ଭିତରେ ଚୀନର ଷଡଯନ୍ତ୍ର ପୁଣି ସାମ୍ନାକୁ ଆସିଛି । ଆମେରିକା ସାଂସଦ ରାଜା କୁଣ୍ଣାମୁର୍ତ୍ତି ଗତ ବୁଧବାର ସୂଚନା ଦେଇ କହିଛନ୍ତି । ଭାରତ ଚୀନ୍ ସିମା ଏଲଏସି ନିକଟରେ ଚୀନ୍ ଦ୍ୱାରା ଏକ ସେନା ଚୌକି ନିର୍ମାଣ କରାଯାଇଛି । ଯାହା ଅତ୍ୟନ୍ତ ଚିନ୍ତାଜନକ କଥା । ୨୦୨୦ ମେ’ ମାସରେ ଏଲଏସିର ବିଭିନ୍ନ ସ୍ଥାନରେ ଚୀନ୍ ଏବଂ ଭାରତୀୟ ସେନା ମଧ୍ୟରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ଉଭୟ ଦେଶର ସେନା ଯବାନଙ୍କ ଜୀବନ ମଧ୍ୟ ଯାଇଥିଲା । ଆଉ ଏବେ ଏଲଏସିରେ ଚୀନର ମନମାନି ପୁଣି ସେହିଭଳି ଏକ ପରିସ୍ଥିତି ସୃଷ୍ଟି କରିବା ନେଇ ଆଶଂକା ସୃଷ୍ଟି କରିଛି । କୁହାଯାଉଛି ଭାରତ ସହ ଆମେରିକାର ବଢୁଥିବା ସଂମ୍ପର୍କକୁ ନେଇ ଚିହିଙ୍କି ଉଠିଛି ଚୀନ୍ । ଏଲଏସିର ୧୦୦ କିମି ଦୂରରେ ଆମେରିକା ଓ ଭାରତୀୟ ସେନାଙ୍କ ଯୁଦ୍ଧାଭ୍ୟାସକୁ ନେଇ ମଧ୍ୟ ଚୀନ୍ ଅସନ୍ତୁଷ୍ଟ ମନଭାବ ପ୍ରଦର୍ଶନ କରୁଥିବା ଜଣାପଡିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍