The Topmost

“The eyes believe themselves, the ears believe other people.”

ଚୀନ୍ କୁ କ୍ବାଡ୍ ଗୋଷ୍ଠୀର ବିରୋଧ

ଭାରତ-ପ୍ରଶାନ୍ତ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି ଲାଗି ଚୀନ କରୁଛି ଉଦ୍ୟମ । ଏହାକୁ ନେଇ କ୍ବାଡ୍ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ଚୀନ୍ ଉପରେ ଦୋଷାରୋପ କରାଯାଇଛି । ଭାରତ-ପ୍ରଶାନ୍ତ ଅଞ୍ଚଳରେ ନିଜର ଅର୍ଥନୈତିକ ପ୍ରଭାବ ଓ ସାମରିକ ପ୍ରଭାବ ବିସ୍ତାର କରିବା ଲାଗି ଚୀନ୍ ଉଦ୍ୟମ କରୁଛି ବୋଲି ଅଭିଯୋଗ କରାଯାଇଛି । ବିଭିନ୍ନ ବିବାଦୀୟ ଅଞ୍ଚଳରେ ସାମରିକ ପ୍ରଭାବ ବୃଦ୍ଧି କରିବା, ତଟରକ୍ଷୀ ଓ ସାମୁଦ୍ରିକ ସାମରିକ ଶକ୍ତି ବୃଦ୍ଧି କରିବା, ଅନ୍ୟ ରାଷ୍ଟ୍ର ଜରିଆରେ ଉପକୂଳ ସମ୍ପଦକୁ ଆୟତ୍ତ କରିବା ଲାଗି ଷଡ଼ଯନ୍ତ୍ର କରାଯାଉଛି ବୋଲି କହିଛନ୍ତି କ୍ବାଡ୍ ସଦସ୍ୟ । ଏହା ସହ ଆଲୋଚନା ଓ କୂଟନୈତିକ ଆଲୋଚନା ଜରିଆରେ ଋଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଲାଗି ପ୍ରସ୍ତାବ ଦିଆଯାଇଛି । ଆଣବିକ ଅସ୍ତ୍ରର ବ୍ୟବହାର ବା ଏହାର ପ୍ରୟୋଗ ନେଇ ଧମକକୁ ବି ବିରୋଧ କରିଛନ୍ତି କ୍ବାଡ୍‌ ରାଷ୍ଟ୍ରଗୋଷ୍ଠୀ । ଜାପାନର ହିରୋସିମାରେ ଚାଲିଥିବା ଗ୍ରୁପ-୭ ସମ୍ମିଳନୀ ଅବସରରେ କ୍ବାଡ୍‌ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ଆଲୋଚନା ହୋଇଛି । ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଆମେରିକାକୁ ନେଇ ଗଠିତ କ୍ବାଡ୍ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ବେଜିଂର ମନମାନି ନେଇ ସମାଲୋଚନା କରାଯାଇଛି ।