() ଭାରତ ଓ ଆମେରିକା ସମେତ ୨୬ଟି ଦେଶ ବିଶ୍ୱର ସବୁଠାରୁ ବଡ଼ ନୌସେନା ଯୁଦ୍ଧାଭ୍ୟାସ କରିବାକୁ ଯାଉଛନ୍ତି । ଏହା ଜୁନ୍ ୨୯ରୁ ଆରମ୍ଭ ହୋଇ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ । ଆମେରିକାର ହୋନୋଲୁଲୁ ଓ ସେନ୍ ଡିୟାଗୋରେ ଏଥିାଇଁ ପ୍ରସ୍ତୁତି ଶେଷ ହୋଇସାରିଛି । ସମୁଦ୍ରରେ ଏହି ଯୁଦ୍ଧାଭ୍ୟାସ କରିବାର ମୂଳ କାରଣ ହେଉଛି ଚୀନ୍କୁ ଏମାନେ ଦେଖାଇବାକୁ ଚାହୁଁଛନ୍ତି ଯେ ଦକ୍ଷିଣ ଚୀନ୍ ସାଗର ସମେତ କୌଣସି ବି ସମୁଦ୍ରରେ ଚୀନ୍ର ଆଉ ଦାଦାଗିରି ଚଳିବ ନାହିଁ । ଏହି ଯୁଦ୍ଧାଭ୍ୟାସ ପ୍ରତି ଦୁଇବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ୨୦୨୦ ମସିହାରେ କରୋନା କାରଣରୁ ଶେଷ ସମୟରେ ଏହାକୁ ରଦ୍ଦ କରି ଦିଆଯାଇଥିଲା । ଏହି ଯୁଦ୍ଧାଭ୍ୟାସକୁ ରିମ୍ ଅଫ୍ ପାସିଫିକ୍ ଏକ୍ସରସାଇଜ୍ ବୋଲି କୁହାଯାଇଥାଏ । ୧୯୭୧ ମସିହାରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । କ୍ୱାର୍ଡରେ ସାମିଲ ୪ ଦେଶ ଯଥା ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ଏଥିରେ ସାମିଲ ହେବେ ।
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ