ଚୀନରେ ପୁଣି କାୟା ମେଲାଉଛି କରୋନା । କୋଭିଡ ତଥ୍ୟ ପଦାକୁ ଆସୁ ନଥିବାରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଇଛି ଉଦବେଗ । କୋଭିଡ ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବା ଲାଗି ଚୀନ ଉପରେ ଆନ୍ତର୍ଜାତୀକ ସମୁଦାୟ ଚାପ ପକାଇବା ପରେ ରାଣ୍ଡମ ଓ ସ୍ପଟ ଚେକ୍ ଲାଗି ପଦକ୍ଷେପ ନେଇଛନ୍ତି ସରକାର । ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସହ ହସ୍ପିଟାଲରେ ଅଧିକରୁ ଅଧିକ ଲୋକ ଭର୍ତ୍ତି ହେଉଛନ୍ତି । ତେଣେ ଦେଶରେ କୋଭିଜଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । କୋଭିଡ ସମ୍ପର୍କିତ ସମସ୍ତ ସୂଚନା ପ୍ରକାଶ କରିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚୀନ ଉପରେ କିଛିଦିନ ତଳେ ଚାପ ପକାଇଥିଲା । ବିଭିନ୍ନ ସ୍ଥାନରେ ରାଣ୍ଡମ ଚେକିଂ, ସ୍ପଟ ଚେକିଂ, ଟିକା ପରିଚାଳନା ଲାଗି ଘୋଷଣା କରିଛି ନ୍ୟାସନାଲ ହେଲଥ କମିଶନ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ