ଚୀନରେ ମାଡିଚାଲିଛି କରୋନା । ଏହାରି ଭିତରେ ଦେଶର ଅଧିକାଂଶ ଭାଗରେ ବ୍ୟାପିସାରିଲାଣି ଓମିକ୍ରନର ନୂଆ ଭାରିଆଣ୍ଟ ଏକ୍ସ-ବି-ବି ଓ ଏହାର ଉପପ୍ରଜାତି । ଏହା ଭିତରେ ଚୀନ ସରକାର ଜାନୁଆରୀ ୮ତାରିଖରୁ ଦୀର୍ଘ ୩ବର୍ଷ ହେବ ବନ୍ଦ ଥିବା କିଛି ସ୍ଥାନକୁ ଖୋଲିଛନ୍ତି । ଏବେ ଦେଶରେ ସଂକ୍ରମଣ ବୃଦ୍ଧିର ଆଶଙ୍କା ମଧ୍ୟ ଅଧିକ ହୋଇଛି । ଜିନପିଙ୍ଗ ସରକାର କେବଳ ସୀମା ସିଲ ଖୋଲି ନାହାଁନ୍ତି ବଂର ଦେଶରେ ପୂର୍ବରୁ ବଳବତର ଥିବା କ୍ୱାରେଟିଂନ ନିୟମ, ଆରଟିପିସିଆର ଟେଷ୍ଟ ମଧ୍ୟ ବନ୍ଦ କରିଛନ୍ତି । ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଚୀନ ସରକାର କୋଭିଡ ସଂକ୍ରମଣରେ ମୃତ୍ୟୁ ସଂଖ୍ୟାକୁ ସାର୍ବଜନୀନ ନକରିବା ପାଇଁ ଡାକ୍ତର ଓ ଗଣମାଧ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍