ଭାରତରେ ଆଇ ଫୋନ ନିର୍ମାଣ କରିପାରନ୍ତି ଟାଟା ଗ୍ରୁପ୍ । ସୂଚନା ଅନୁସାରେ ଟାଟା ଗ୍ରୁପ ଏକ ଇଲେକ୍ଟ୍ରୋନିକ୍ସ ମେନୁଫେକ୍ଚରିଂ ଜଏଣ୍ଟ ଭେଞ୍ଚର ସ୍ଥାପିତ କରିବେ । ଏଥିଲାଗି ଆପଲ ଇଂକ୍ର ତାଇୱାନ ସପ୍ଲାୟର ‘ୱିଷ୍ଟର୍ଣ୍ଣ କର୍ପ’ଙ୍କ ସହ ଆଲୋଚନା କରୁଛନ୍ତି । ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଆପଲ ଇଂକ୍ ମଧ୍ୟ ଭାରତରେ ଇଲେକ୍ଟ୍ରୋନିକ୍ସ ମେନୁଫେକ୍ଚରିଂ ଯୁଗ୍ମ ଉଦ୍ୟଗକୁ ପ୍ରୋତ୍ସାହନ ଦେବାକୁ ଚାହାନ୍ତି । ଏଣୁ କମ୍ପାନୀ ଟାଟା ଗ୍ରୁପଙ୍କ ସହ ଯୋଗାଯୋଗରେ ଅଛନ୍ତି । ଆଶା କରାଯାଉଛି ଟାଟା ଓ ଆପଲ କମ୍ପାନୀ ମଧ୍ୟରେ ଖୁବ୍ ଶୀଘ୍ର ଏକ ରାଜିନାମା ହେବ । ଯଦି ଟାଟା ଓ ଆପଲଙ୍କ ରାଜିନାମା ସଫଳ ହୁଏ ତେବେ ଟାଟା ଆଇଫୋନ ନିର୍ମାଣ କରିବାରେ ପ୍ରଥମ ଭାରତୀୟ କମ୍ପାନୀ ହେବେ । ସେପଟେ ଯଦି ଭାରତରେ ଆଇଫୋନ ଉତ୍ପାଦନ ଆରମ୍ଭ ହୋଇଯାଏ ତେବେ ଚୀନ୍ କମ୍ପାନୀଙ୍କୁ ଏକ ଶକ୍ତ ଝଟକା ନିଶ୍ଚୟ ଲାଗିବ । କେବଲ ସେତିକି ନୁହେଁ ଆପଲ ଇଂକ୍ ପରେ ଅନ୍ୟ ବିଦେଶୀ କମ୍ପାନୀ ମଧ୍ୟ ଭାରତରେ ଇଲେକ୍ଟ୍ରୋନିକ୍ ମେନୁଫେକ୍ଚରିଂ ଉଦ୍ୟୋଗ ସ୍ଥାପନା ଲାଗି ଆଗ୍ରହୀ ଅଛନ୍ତି । ଫଳରେ ଭାରତକୁ ଆର୍ଥିକ ମଜଭୁତି ମିଳିବାକୁ ଥିବା ବେଳେ ଇଲେକ୍ଟ୍ରୋନିକ୍ ମେନୁଫେକ୍ଚରିଂରେ ଚୀନ୍ ଉପରେ ନିର୍ଭରତା ହ୍ରାସ ଦିଗରେ ଭାରତର ବଡ ପଦକ୍ଷେପ ହେବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ