The Topmost

“The eyes believe themselves, the ears believe other people.”

ଚୀନକୁ ପୁଣିଥରେ ଫେରିଛି ମହାମାରୀ କରୋନା, ଲାଗିଲା ସଟଡାଉନ୍

ଚୀନକୁ ପୁଣିଥରେ ଫେରିଛି ମହାମାରୀ କରୋନା । ଉହାନ ସହରକୁ ପୁଣିଥରେ କରୋନା ଫେରିଥିବା ବେଳେ କିଛି ସ୍ଥାନରେ ସଟଡାଉନ କରାଯାଇଛି । ଚୀନର ଉହାନ ହେଉଛି ସେହି ସହର ଯେଉଁଠି କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଆଉ ଏହାପରେ ପୂରା ଦୁନିଆକୁ ବ୍ୟାପିଥିଲା କରୋନା । ତେବେ ଏଥର କରୋନା କାୟା ମେଲାଇବା ଆରମ୍ଭ କରିଥିବାରୁ ସିନେମା ହଲ, ମଲ, କାଫେ ଓ ବାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ କରି ଦିଆଯାଇଛି । ଉହାନର ଜିଆଙ୍ଗସ୍କିୟା ସହରରେ କରୋନାର ନୂଆ ମାମଲା ଚିହ୍ନଟ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନକୁ ବନ୍ଦ କରାଯାଇଥିବା ବେଳେ କିଛି ସ୍ଥାନରେ କଟକଣାକୁ କଡାକଡି କରାଯାଇଛି । ଏପରିକି ସହରରେ ଆୟୋଜିତ ହେବାକୁ ଥିବା ବଡ ବଡ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ ଲଗାଯାଇଛି । ସେହିଭଳି ସମସ୍ତ ଧାର୍ମିକ ସ୍ଥଳକୁ ବନ୍ଦ କରାଯାଇଥିବା ବେଳେ ଧାର୍ମିକ ଗତିବିଧି ଉପରେ ମଧ୍ୟ ରୋକ ଲଗାଯାଇଛି । ଏହାବାଦ୍ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।