The Topmost

“The eyes believe themselves, the ears believe other people.”

ଚୀନକୁ ଟକ୍କର ଦେବାକୁ ଭାରତୀୟ ଯବାନଙ୍କ ବଡ ଯୋଜନା

ଭାରତୀୟ ଯବାନଙ୍କ ଅପରେସନ ପର୍ବତ ପ୍ରହାର ଅଭ୍ୟାସ ଆରମ୍ଭ । ଚୀନକୁ ଟକ୍କର ଦେବାକୁ ଲଦାଖରେ ବଡ଼ ପ୍ଲାନ୍ । ଲଦାଖ ଗସ୍ତରେ ଥିବା ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ ଏହି ଅଭ୍ୟାସକୁ ଦେଖିବା ସହ ଯବାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଲଦାଖରେ ୧୪ ହଜାର ଫୁଟ୍ ଉପରେ ୫୦ ହଜାର ସେନା ପର୍ବତ ପ୍ରହାର ଅଭ୍ୟାସ ଜାରି ରଖିଛନ୍ତି । ଏହାର ଲକ୍ଷ୍ୟ ହେଲା ସୀମାରେ ଚୀନ ସେନା ପ୍ରବେଶ କଲା ମାତ୍ରେ ଏହି ଟିମ୍ ତୁରନ୍ତ ସେମାନଙ୍କୁ ଜବାବ ଦେବ । ତେବେ ଆସନ୍ତା ୨୦ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହି ଅଭ୍ୟାସ । ଭାରତ ଚୀନ୍ ମଧ୍ୟରେ ସେନା ପ୍ରତ୍ୟାବର୍ତ୍ତନ ଚାଲିଥିବା ବେଳେ ଭାରତର ଯୋଜନା ବେଶ୍ ଗୁରୁତ୍ବବହନ କରୁଛି । ଏହି ଅଭ୍ୟାସ କରୁଥିବା ସେନା କୌଣସି କ୍ଷେତ୍ରରେ ବି ହାର ମାନିବେ ନାହିଁ ।