ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏହି କାର୍ଯ୍ୟ । ଚିଲିକାର ବାଲୁଗାଁ ବଡକୂଳରୁ ୧୦ଟି ଟିମ୍ ଓ ସାତପଡାରେ ୮ଟି ଟିମ୍ ଡଲଫିନ୍ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୧୮ଟି ଟିମରେ ୧୬୦ ଜଣ ସମ୍ପୂର୍ଣ୍ଣ ଚିଲିକାରେ ଡଲଫିନ ଗଣା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଯେଉଁଥିରେ ଚିଲିକା ବନ୍ୟପ୍ରାଣୀ ବନବିଭାଗର କର୍ମଚାରୀ, ଚିଲିକା ଉନ୍ନୟନ ବିଭାଗର କର୍ମଚାରୀ, ପରିବେଶବିତ୍ ଓ ଓୟୁଏଟି ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ମୋଟର ବୋଟରେ ଯାଇ ଜିପିଏସ୍ ଓ ବାଇନା କୁଲାର ସହାୟତାରେ ଗଣନା କରୁଛନ୍ତି ଡଲଫିନ୍ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ