ବଢ଼ୁଛି ପ୍ରଶାନ୍ତ ମହାସାଗରର ତାପମାତ୍ରା । ମାଡି ଆସୁଛି ବିପଦ । ୨୦୨୪ରେ ସୁପର ଏଲ-ନିନୋ ଆସୁଛି । ଯାହା ପାଣିପାଗ ବିଗାଡିବ, ମରୁଡି ଆଣିବ ବୋଲି ଆକଳନ କରିଛି ଆମେରିକା ପାଣିପାଗ ଏଜେନ୍ସି ନ୍ୟାଶନାଲ ଓସନିକ ଆଣ୍ଡ ଆଟମୋସଫେରିକ ଆଡମିନଷ୍ଟ୍ରେସନ । ସୁପର ଏଲ-ନିନୋ ଯୋଗୁଁ ଭାରତର ପାଣିପାଗ ମଧ୍ୟ ବେଶ ପ୍ରଭାବିତ ହେବ । ଦେଶରେ ମରୁଡି ସମସ୍ୟା ଦେଖାଯିବା ଆଶଙ୍କା ରହିଛି । ୨୦୨୪ରେ ମାର୍ଚ୍ଚରୁ ମେ ମାସ ଭିତରେ ସୁପର ଏଲନିନୋ ଆସିବାର ୮୦ପ୍ରତିଶତ ସମ୍ଭାବନା ରହିଛି । ଫଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଗିଡିବା ସମ୍ଭାବନା ମଧ୍ୟ ରହିଛି । ଏହା ଯୋଗୁଁ କେଉଁଠି ମାତ୍ରାଧିକ ବୃଷ୍ଟି ତ କେଉଁଠି ସ୍ୱଳ୍ପ ବୃଷ୍ଟି ଦେଖାଦେଇପାରେ । ଭାରତ ଏକ କୃଷି ପ୍ରଧାନ ଦେଶ ତେଣୁ ଏହାକୁ ନେଇ ଚିନ୍ତା ବଢ଼ିପାରେ । ପ୍ରଚଣ୍ଡ ଗରମ ବିଶ୍ୱବାସୀଙ୍କୁ କଲବଲ କରିପାରେ ବୋଲି ଆମେରିକା ପାଣିପାଗ ବୈଜ୍ଞାନିକ ଆଶଙ୍କା କରିଛନ୍ତି ।
More Stories
ମହିଳା କନଷ୍ଟେବଳ ହେଲେ ଦୁଷ୍କର୍ମର ଶିକାର
କାହିଁକି ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ?
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ