ଥମୁନି ଚିତା ମୃତ୍ୟୁ ମାମଲା । କୁନୋ ନ୍ୟାସନାଲ ପାର୍କରୁ ଦୁଇଦିନ ଧରି ନିଖୋଜ ଚିତାର ମୃତଦେହ ଉଦ୍ଧାର । ମିଳିଥିବା ଖବର ଅନୁସାରେ ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି । ନାମ୍ବିଆରୁ ଅଣାଯାଇଥିବା ଚିତା ତଲ୍ଲିଶୀର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ବିଦେଶରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ୯ଟି ଚିତାର ମୃତ୍ୟୁ ହୋଇସାରିଲାଣି । ତେବେ ଗତ ଦୁଇଦିନ ହେବ ଏହି ଚିତାଟିର ସନ୍ଧାନ ମିଳୁନଥିଲା । କୁନୋର ବାହାର ଅଞ୍ଚଳରୁ ଏବେ ଚିତାର ମୃତଦେହ ଉଦ୍ଧାର କରାଯାଇଛି । ଚିତାର ଗଳାରେ ଲଗାଯାଇଥିବା ରେଡିଓ କଲାର ଆଇଡି ଖରାପ ଥିବାରୁ ଚିତାଟିର ସନ୍ଧାନ ମିଳିନଥିଲା । ହେଲେ ବନବିଭାଗର ଡ୍ରୋନ କ୍ୟାମେରା ସହାୟତାରେ ଚିତାଟିର ସନ୍ଧାନ ମିଳିଥିବା ସୂଚନା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ