ଚିନ୍ତା ସୃଷ୍ଟି କଲାଣି କୋଭିଡର ନୂଆ ଭାରିଆଣ୍ଟ BA.2.86 । ଏହି ଭାରିଆଣ୍ଟ ଅଧିକ ଶକ୍ତିଶାଳୀ ବୋଲି ସୂଚନା ମିଳିଛି । ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ କୁହାଯାଇଛି ମହାମାରୀ କୋଭିଡ-୧୯ର କାରଣ ସାଜିଥିବା ଭାଇରସର ଏକ ନୂଆ ଅତ୍ୟଧିକ ମ୍ୟୁଟେଟେଡ ଲିନିଏଜ BA.2.86 ଏବେ ପ୍ରସାରିତ ହେଉଛି । ଆମେରିକା, ଇସ୍ରାଏଲ ଓ ଡେନମାର୍କରେ ଏହି ନୂଆ ଭାରିଆଣ୍ଟ ପ୍ରଭାବ ବିସ୍ତାର କରୁଛି । ଆମେରିକାର ସିଡିସି ପକ୍ଷରୁ କୁହାଯାଇଛି- ଏହି ମାରାତ୍ମକ ଭୂତାଣୁ ସମ୍ପର୍କରେ ଦୃଷ୍ଟି ରଖାଯାଇଛି ଏବଂ ସତର୍କତା ଜାରି କରାଯାଇଛି । ଏହି ଭାରିଆଣ୍ଟକୁ ମନିଟରିଂ କରାଯାଉଥିବା ନେଇ କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହି ଭୂତାଣୁ ଅନେକ ପ୍ରକାର ମ୍ୟୁଟେସନରୁ ସୃଷ୍ଟି ହୋଇଛି ବୋଲି ସଂଗଠନ କହିଛି । ୨୦୧୯ରେ କୋଭିଡର ମୁଖ୍ୟ କାରଣ ସାଜିଥିବା ସାର୍ସ କୋଭିଡ-୨ ସମେତ ସମସ୍ତ ଭାଇରସର ମ୍ୟୁଟେସନ ଘଟିବାରେ ଲାଗିଛି । ତେବେ ଅନେକ ଭାରିଆଣ୍ଟର ଖୁବ୍ କମ୍ ପ୍ରଭାବ ରହିବା ବେଳେ କେତେକ ଭାରିଆଣ୍ଟର ପ୍ରଭାବ ଆଦୌ ପଡୁନାହିଁ । ବର୍ତ୍ତମାନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୩ଟି ଭାରିଆଣ୍ଟକୁ ଟ୍ରାକିଂ କରୁଥିବାବେଳେ ୭ଟି ଭାରିଆଣ୍ଟକୁ ମନିଟରିଂ କରୁଥିବା ସୂଚନା ମିଳିଛି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ