କୋଟାରେ ଛାତ୍ର ଆତ୍ମହତ୍ୟା ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହା ଅତ୍ୟନ୍ତ ଉଦ୍ବେଗଜନକ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଆତ୍ମହତ୍ୟା ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୧୫ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ କରିବ। କୋଚିଂ ହବ୍ରେ ଆଇଆଇଟି ଏବଂ ନିଟ୍ ଆଶାୟୀଙ୍କ ମଧ୍ୟରେ ଆତ୍ମହତ୍ୟା ବୃଦ୍ଧି ପାଇବା ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଗେହଲଟ ନବମ ଏବଂ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନଙ୍କ ଉପରେ ପକାଯାଉଥିବା ଚାପ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଆତ୍ମହତ୍ୟା ପାଇଁ ଅଭିଭାବକଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ କୋଚିଂ ସେଣ୍ଟରରେ ଭର୍ତ୍ତି କରି ଆପଣମାନେ ଅପରାଧ କରୁଛନ୍ତି। ଏହା ଅଭିଭାବକଙ୍କ ଭୁଲ୍। ପିଲାମାନଙ୍କ ଉପରେ ଉଭୟ ବୋର୍ଡ ପରୀକ୍ଷା ଏବଂ ଏଣ୍ଟ୍ରାନ୍ସ ପରୀକ୍ଷାର ଚାପ ରହୁଛି। ଏବେ ସୁଧୁରିବାର ସମୟ ଆସିଛି। କାରଣ ଯୁବ ଛାତ୍ରମାନଙ୍କୁ ଏଭଳି ଆତ୍ମହତ୍ୟା କରୁଥିବା ଆମେ ଦେଖିପାରିବୁନି। ଆତ୍ମହତ୍ୟା ରୋକିବା ଦିଗରେ ପରାମର୍ଶ ଦେବାପାଇଁ ଗଠନ ହୋଇଥିବା କମିଟିରେ କୋଚିଂ ଇନଷ୍ଟିଚ୍ୟୁଟ୍ର ପ୍ରତିନିଧ, ଅଭିଭାବକ, ଡାକ୍ତରଙ୍କ ସମେତ ସମସ୍ତ ପକ୍ଷ ରହିଛନ୍ତି। ୧୫ ଦିନ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ