The Topmost

“The eyes believe themselves, the ears believe other people.”

ଚିନ୍ତାରେ ଦିଲ୍ଲୀ ପୁଲିସ ଓ ସରକାର !

ଆସନ୍ତା ସେପ୍ଟେମ୍ବରମାସରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହା ଦେଶପାଇଁ ବେଶ ସମ୍ମାନର କଥା ହୋଇଥିବାବେଳେ ଗୋଟିଏ ନିର୍ଦ୍ଦିଷ୍ଟ କାରଣ ପାଇଁ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ତାହା ହେଉଛି ବାମ ଷ୍ଟିୟରିଂ ଗାଡ଼ି । ଆମେରିକା, ଫ୍ରାନ୍ସ, ଚୀନ ଆଦି ବିଶ୍ବର ଅନେକ ଦେଶରେ ବାମ ଷ୍ଟିୟରିଂ ବିଶିଷ୍ଟ ଗାଡ଼ି ଚାଲେ । କିନ୍ତୁ ଭାରତ,ବ୍ରିଟେନ, ଅଷ୍ଟ୍ରେଲିଆ ଆଦି ଦେଶରେ ଡାହାଣ ପଟେ ଷ୍ଟିୟରିଂ ଥିବା ଗାଡ଼ି ଚାଲେ । ଏଣୁ ଜି-୨୦ ସମ୍ମିଳନୀ ବେଳେ ଉଭୟ ପ୍ରକାରର ଗାଡ଼ି ଦିଲ୍ଲୀକୁ ଆସିବ । ଏଣୁ ଟ୍ରାଫିକ ସମସ୍ୟାକୁ ନେଇ ଦିଲ୍ଲୀ ପୁଲିସ ଓ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି । ରାସ୍ତାରେ ଏକାସାଙ୍ଗରେ ଡାହାଣ ହାତ ଓ ବାମ ପାର୍ଶ୍ୱ ଗାଡି ଚଳାଇବା ଦ୍ୱାରା ବହୁ ଅସୁବିଧା ହୋଇପାରେ ବୋଲି ଟ୍ରାଫିକ ପୋଲିସ ଆଶଙ୍କା କରୁଛି । ଜି-୨୦ ଶିଖର ସମ୍ମିଳନୀକୁ ଆସୁଥିବା ନେତାମାନେ ନିଜେ କିଛି ଗାଡି ଆଣିବେ ଏବଂ କିଛି ବାମ ହାତ ଡ୍ରାଇଭ ଗାଡି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ବିଦେଶୀ ନେତାଙ୍କ ପାଇଁ କିଣାଯିବ ।